Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||
  • ସାଲେପୁର : ସାଲେପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
  • ||
  • ଝାରସୁଗୁଡା : ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଘଟଣା , ଚିକିତ୍ସାଧିନ ଅବସ୍ଥାରେ ପ୍ରେମିକାଙ୍କ ମୃତ୍ୟୁ, ପୂର୍ବରୁ ଜୀବନ ହାରିଥିଲେ ପ୍ରେମିକ
  • ||
  • ବ୍ରହ୍ମପୁର : ଗୁଳି ମାଡରେ ବେଗୁନିଆପଡା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ସାହୁଙ୍କ ମୃତ୍ୟୁ
  • ||
  • କଳାହାଣ୍ଡି : ୧୦ଲକ୍ଷ ଟଙ୍କାର ବାଘ ଛାଲ ଜବତ, ୨ ଗିରଫ
  • ||
  • ୨ଦିନରେ ଦୁଇ ଜୀବନ : ଢେଙ୍କାନାଳରେ ହାତୀ ଆକ୍ରମଣରେ ପୁଣି ଜଣେ ମୃତ
  • ||
  • ଭାରସାମ୍ୟ ହରାଇ କାର୍‌-ଟାଟା ମ୍ୟାଜିକ ଉପରେ ଓଲଟିଲା ଟ୍ରକ, ଚାଲିଗଲା ୧୩ଜଣଙ୍କ ଜୀବନ
  • ||

ମାଓବାଦୀଙ୍କ ବର୍ବର କାଣ୍ଡ, ରେଞ୍ଜରଙ୍କ ଗଳାକାଟି ହତ୍ୟା

11/09/2020 at 10:09 PM

ମାଲକାନଗିରି ୧୧।୦୯: ସୀମାନ୍ତ ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲା ଭେରମଗଡ ଥାନା ଅଞ୍ଚଳରେ ମାଓବାଦୀଙ୍କ ବର୍ବରକାଣ୍ଡ ଦେଖିବାକୁ ମିଳିଛି। ଅତି ନୃସଂଶ ଭାବେ ଜଣେ ବନବିଭାଗ ରେଞ୍ଜରଙ୍କ ଗଳାକାଟି ରାସ୍ତାରେ ଫିଙ୍ଗି ଦେଇଛନ୍ତି।

ସୂଚନା ଅନୁଯାୟୀ ଆଜି ଅପରାହ୍ନରେ ବିଜାପୁର ଜିଲ୍ଲା ଭେରମଗଡ ଥାନା ଅନ୍ତର୍ଗତ କଣ୍ଡୋରୋଜ ଗାଁ ଇନ୍ଦ୍ରାବତୀ ଟାଇଗର ସଂରକ୍ଷିତ ବନାଞ୍ଚଳ ଅଧିକାରୀ ରଥରାମ ପଟେଲଙ୍କୁ ମାଓବାଦୀମାନେ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଆଜି ଅପରାହ୍ନରେ ରେଞ୍ଜର ପଟେଲ ଓ ତାଙ୍କର ଦୁଇ ସହକର୍ମୀ ବନ ବିଭାଗର କାର୍ଯ୍ୟ ଦେଖିବାକୁ ଯାଇଥିବା ବେଳେ କିଛି ମାଓବାଦୀ ଅସ୍ତ୍ର ଶସ୍ତ୍ର ଧରି ସେଠାରେ ପହଞ୍ଚି ରେଞ୍ଜରଙ୍କୁ ଘେରି ଯାଇଥିଲେ। ସାଥିରେ ଥିବା ଅନ୍ୟ ଦୁଇ କର୍ମଚାରୀ ମାଓବାଦୀମାନଙ୍କୁ ଦେଖି ଭୟରେ ଦୌଡି ପଳାଇଥିଲେ।

ମାଓବାଦୀମାନେ ରେଞ୍ଜରଙ୍କୁ ନିର୍ମମଭାବେ ଗଳାକାଟି ହତ୍ୟା କରି ରାସ୍ତାରେ ଫିଙ୍ଗି ଦେଇ ପଳାଇଥିବା ଜଣା ପଡିଛି। ଏହି ଘଟଣା ଆଜି ଅପରାହ୍ନ ପ୍ରାୟ ୩ଟାରେ ଘଟିଛି। ପରେ ଗାଁ ଲୋକ ଦେଖି ଭେରମଗଡ ଥାନାକୁ ଖବର ଦେଇଥିଲେ। ପୋଲିସ ସେଠାରେ ପହଞ୍ଚି ମୃତ ଶରୀର ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ମାଓବାଦୀଙ୍କ ହତ୍ୟାର କାରଣ କିଛି ଜଣା ପଡିନାହିଁ।

   Related Posts