୧୨ ଘଣ୍ଟା ମଧ୍ୟରେ ପୁଣି ଏକ ମୁଣ୍ଡ ନେଲେ ମାଓବାଦୀ : ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକିନେଇ ଜଣଙ୍କୁ ହତ୍ୟା

Published By : Prameya-News7 Bureau | July 22, 2019 IST

କଳାହାଣ୍ଡି ୨୨/୭: କଳାହାଣ୍ଡିରେ ଲାଲ୍ ଆତଙ୍କ । ୧୨ ଘଣ୍ଟା ମଧ୍ୟରେ ମାଓବାଦୀ ଭିଆଇଛନ୍ତି ଦ୍ବିତୀୟ ହତ୍ୟାକାଣ୍ଡ । ପୁଣି ଏକ ମୁଣ୍ଡ ଗଡାଇଛନ୍ତି ନକ୍ସଲ । ଘରୁ ଡାକି ନେଇ ଜଣଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ବିଶ୍ବନାଥପୁର ଥାନା ଅନ୍ତର୍ଗତ ବାବୁପଦର ଗାଁରେ ଏହି ଘଟଣା ଘଟିଛି ।

{"id":136162}

ବିଳମ୍ବିତ ରାତିରେ ଗାଁ ନିକଟରେ ଏହି ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ମାରିଦେଇଛନ୍ତି ମାଓବାଦୀ । ମୃତକ ହେଲେ ଭୀମ ଦୋରା । ହତ୍ୟା ପରେ ଘଟଣାସ୍ଥଳରେ ପୋଷ୍ଟର ମଧ୍ୟ ଛାଡିଛନ୍ତି ମାଓବାଦୀ । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.