Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ : ପୋଲିସ ଇନଫର୍ମର ସନ୍ଦେହରେ ଜଣକୁ ହତ୍ୟା

29/04/2019 at 6:27 PM

ବଲାଙ୍ଗିର  ୨୯/୪: ପୁଣି ମାତିଲେଣି ଲାଲବାହିନୀ । ପୋଲିସ ଇନଫର୍ମର ସନ୍ଦେହରେ ଜଣକୁ ହତ୍ୟା କରିଛନ୍ତି ମାଓବାଦୀ। ଘଟଣା ଘଟିଛି ବଲାଙ୍ଗିର ଖୁରିପାଣି  ଗାଁରେ । ମୃତକ ହେଲେ ତ୍ରିଲୋଚନ ତରିଆ । ହତ୍ୟା ପରେ  ମାଓବାଦୀମାନେ ଏକ ହାତ ଲେଖା ଚିଠି ମଧ୍ୟ ଛାଡ଼ିଛନ୍ତି । ସେପଟେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ପୋଷ୍ଟ ମର୍ଟମ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।

ମାଓବାଦୀଙ୍କ ବର୍ବର କାଣ୍ଡ । ପୋଲିସ ଇନଫରମର   ସନ୍ଦେହରେ ଗଡ଼ାଇଲେ ମୁଣ୍ଡ । ବଲାଙ୍ଗିର ଖୁରିପାଣି ଗାଁରେ ଜଣକୁ ଗୁଳି କରି ହତ୍ୟା । ମୃତକ ହେଲେ ତ୍ରିଲୋଚନ ତରିଆ । ଅତି ନିକଟରୁ ତ୍ରିଲୋଚନଙ୍କ ଛାତିକୁ ଗୁଳି କରାଯାଇଛି । ମୃତ ଦେହ ଉପରେ ଏକ ଚିଠି ଛାଡ଼ି ଯାଇଛନ୍ତି । ଚିଠିରେ ଗାଁର ଅନ୍ୟ ଲୋକଙ୍କୁ ମଧ୍ୟ ଚେତାବନୀ ଦିଆଯାଇଛି ।ବଲାଙ୍ଗିର-ବରଗଡ-ମହାସମୁନ୍ଦ ଡିଭିଜନର ଏହି ଜଘନ୍ୟ କାଣ୍ଡ ଭିଆଇ ନିଜ ଉପସ୍ଥିତି ଜାହିର କରିଛନ୍ତି ।

ମୃତ ତ୍ରିଲୋଚନଙ୍କ ପୁଅ ରାଜ୍ୟ ବାହାରକୁ ଚାକିରୀ ପାଇଁ ଯିବେ ବୋଲି କିଛି ଟଙ୍କା ଦରକାର କରୁଥିଲେ । ଧାର ମାଗିବାକୁ ରାତି ୯ଟା ବେଳେ ଘରୁ ବାହାରିଥିଲେ ସେ । ଏହି ସମୟରେ ପୂର୍ବରୁ ଗାଁରେ ଛପି ରହିଥିବା ପଚାଶରୁ ଅଧିକ ମାଓବାଦୀ ହାତରେ ଅସ୍ତ୍ରସସ୍ତ୍ର ଧରି ତ୍ରିଲୋଚନକୁ ମାଡ଼ି ବସିଥିଲେ । ଘଟଣାସ୍ଥଳରେ ତ୍ରିଲୋଚନଙ୍କ ପୁଅ ପହଞ୍ଚି  କାକୁତି ମିନତୀ ହୋଇଥିଲେ ବାପାଙ୍କୁ ଛାଡ଼ିଦେବାକୁ । ତେବେ ଘଟଣାସ୍ଥଳ ଛାଡ଼ି ଚାଲିଯିବାକୁ ବନ୍ଧୁକ ମୁନରେ ଧମକ ଦେଇଥିଲେ ମାଓବାଦୀମାନେ । ଘଟଣା ପରେ ପୋଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ସେପଟେ ଘଟଣା ପରେ ପୋଲିସ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ।

କିଛି ଦିନିର ନୀରବତାର ପରେ ପୁଣି ଗର୍ଜିଲାଣି ଲାଲବାହିନୀର ବନ୍ଧୁକ ।ମାଓବାଦୀ ସକ୍ରିୟା ହେବା ପରେ ସ୍ଥାନୀୟ ଅଞ୍ଚଳରେ ଦେଖାଦେଇଛି ଭୟର ବାତାବରଣ ।

   Related Posts