ମାଲକାନଗିରିରେ ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ ; ଜଣଙ୍କ ଗଳାକାଟି କଲେ ହତ୍ୟା

Published By : Prameya-News7 Bureau | October 24, 2018 IST

ମାଲକାନଗିରି ୨୪|୧୦: ମାଲକାନଗିରିରେ ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ । ମାଥିଲି ଥାନା ଅନ୍ତର୍ଗତ ଧାକଡରାଶି ଗାଁରେ ଜଣଙ୍କୁ ଗଳାକାଟି ହତ୍ୟା କଲେ ମାଓବାଦୀ । ମୃତକ ହେଲେ ଅନନ୍ତ ଭୂମିଆ । ଅନନ୍ତଙ୍କ ନିଜ ଘର ଟେମୁରୁପାଲି ଅନ୍ତର୍ଗତ ବାରୁବେଡା ଗାଁରେ । ସେ  ଆଦିବାସୀ ପର୍ବ ଦେଖିବାକୁ  ଧାକଡରାଶି ଯାଇଥିଲେ । ପର୍ବ ଦେଖୁଥିବା ବେଳେ ମାଓବାଦୀମାନେ ତାଙ୍କୁ ଡାକି ନେଇ ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି । ପୋଲିସ ଇନଫର୍ମର ଭାବି ମାଓବାଦୀମାନେ ତାଙ୍କୁ ହତ୍ୟା କରିଛନ୍ତି । ପୂର୍ବରୁ ଅନନ୍ତ ପୋଲିସ ବିଭାଗରେ ଏସପିଓ ଭାବେ କାମ କରୁଥିଲେ  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.