ମାତିଲେ ମାଓବାଦୀ : ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ଗୁଳିକରି ହତ୍ୟା

Published By : Prameya-News7 Bureau | January 03, 2020 IST

ବାଲିଗୁଡା ୦୩।୦୧: କନ୍ଧମାଳ ଜିଲ୍ଲା କେ.ନୂଆଗାଁ ଥାନା ଲେତିଙ୍ଗିଆ ବୁର୍ଡାମାହାରେ ପୁଣି ମାତିଲେ ମାଓବାଦୀ । ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା କଲେ ମାଓବାଦୀ । ମୃତକ ବାଲିଗୁଡା ଥାନା ମାର୍ଦୁଡି ଗାଁର ରଂଜନ ଦିଗାଳ ବୋଲି ଜଣାପଡିଛି ।

{"id":206066,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତ ଦୁଇଦିନ ହେବ ରଂଜନ ଶଶ୍ବର ଘରକୁ ଆସିଥିଲେ ।ଗୁରୁରାତି ପ୍ରାୟ ୮ଟା ବେଳେ ୧୦ରୁ ୧୨ଟା  ସଶସ୍ତ୍ର  ମାଓବାଦୀ ରଂଜନ ଘରୁ  ଡାକି ନେଇ ହତ୍ୟା କରିଥିଲେ । ରଂଜନଙ୍କୁ ଘରୁ ଷୋଷାଡି ଘୋଷାଡି ନେଇ ସ୍କୁଲ ନିକଟରେ ପକାଇବା  ସହ ଘଟଣସ୍ଥଳରେ ପୋଷ୍ଟର  ମରାଯାଇଛି I ପୋଷ୍ଟରରେ ମାଓ ସଂଗଠନ K.K.B.N ଲେଖାଥିବା ଜଣାପଡିଛି । ମେଲସିକିଆରେ ମହିଳା ମାଓବାଦୀଙ୍କ ଏନକାଉଣ୍ଟରରେ ପୋଲିସ୍‌ଙ୍କୁ ରଂଜନ ସୂଚନା ଦେଇଥିବା କଥା ମଧ୍ୟ ଉଲ୍ଲେଖ ରହିଛି।ସ୍ତ୍ରୀ ଓ ପିଲା ମାଆଙ୍କ ସମ୍ମୁଖରେ ଅତି ବିଭତ୍ସ ଭାବରେ ହତ୍ୟାକରିଥିଲେ । ଏପରିକି ସ୍ତ୍ରୀ ଓ ପିଲାଙ୍କୁ ମଧ୍ୟ ମାଡମାରି ଟଙ୍କା ମାରିବା ସହ ଟଙ୍କା ଛଡାଇନେଇଥିବା ଅଭିଯୋଗ ହୋଇଛି ।ଘଟଣା ପରେ ଗାଁରେ ଭୟର ବାତାବରଣ ଦେଖାଦେଇଛି। କିନ୍ତୁ ଏପର୍ଯନ୍ତ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.