ପୁଣି ମାଓ ହିଂସା, ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା

Published By : Prameya-News7 Bureau | September 28, 2020 IST

ମାଲକାନଗିରି ୨୮।୯: ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ପୁଣି ମାଓ ହିଂସା । ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା କରିଛନ୍ତି ଲାଲ୍ ବାହିନୀ । ଗତକାଲି ହତ୍ୟା କରିଥିବା ଜଣାପଡିଛି । ମୃତକ ହେଲେ ଜାଙ୍ଗଲା ଗାଁର ବିଜୟ ପସରା ।

ସୂଚନାଯୋଗ୍ୟ ଯେ, ଗତ ୨୫ ତାରିଖ ରାତିରେ ବିଜୟକୁ ଘରୁ ଅପହରଣ କରିନେଇଥିଲେ ମାଓବାଦୀ । ଘଟଣାର ୪ ଦିନ ପରେ ଅର୍ଥାତ ସୋମବାର ଦିନ ଆଦୱାଡା ଜଙ୍ଗଲରୁ ତାଙ୍କ ମୃତଦେହ ମିଳିଛି । ମାଓବାଦୀଙ୍କ ଭୟରେ ପରିବାର ଲୋକେ ଥାନାରେ ଏତଲା ଦେଇନଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.