ବିଜାପୁରରେ ପୁଣି ମାଓବାଦୀଙ୍କ ହିଂସାକାଣ୍ଡ, ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା

Published By : Prameya-News7 Bureau | January 22, 2022 IST

ବିଜାପୁର।ମାଲକାନଗିରି ୨୨।୧: ଛତିଶଗଡ଼ ବିଜାପୁର ଜିଲ୍ଲାରେ ପୁଣି ଏକ ହିଂସାକାଣ୍ଡ ଘଟାଇଛନ୍ତି ମାଓବାଦୀ । ଗାଙ୍ଗାଲୁର ଥାନା ଅଞ୍ଚଳରେ ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା କରିଛନ୍ତି । ମୃତ ବ୍ୟକ୍ତି ପୋଲିସ ବିଭାଗର ଗୁଇନ୍ଦା କର୍ମଚାରୀ ବୋଲି ଜଣାପଡିଛି । ହତ୍ୟାକାଣ୍ଡ ପରେ ସମ୍ପୂର୍ଣ୍ଣ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଡିଆରଜି ବାହିନୀ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ନେଇ ବିଜାପୁର ଏସପି କୋମଳ ଲୋଚନ କାଶ୍ୟବ ସୂଚନା ଦେଇଚନ୍ତି ।

ସେପଟେ ଶୁକ୍ରବାର ମଧ୍ୟ ବିଜାପୁର ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ନିର୍ମାଣ କାର୍ଯ୍ୟକୁ ବିରୋଧ କରି ଗାଡି ପୋଡିଥିଲେ ମାଓବାଦୀ । ଚେରିଖୋଣ୍ଟା ଗ୍ରାମରେ ଏକ ଠିକା କମ୍ପାନୀର ୧୨ଟି ଗାଡିକୁ ପୋଡି ଦେଇଥିଲେ ସଶସ୍ତ୍ର ମାଓବାଦୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.