ସିଆରପିଏଫ୍ କ୍ୟାମ୍ପ୍ ଉପରେ ଡ୍ରୋନ୍ କ୍ୟାମେରା ଉଡାଇଲେ ନକ୍ସଲ

Published By : Prameya-News7 Bureau | October 09, 2019 IST

ମାଲକାନଗିରି ୯।୧୦: ମାଲକାନଗିରି ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ନକ୍ସଲମାନେ ସିଆରପିଏଫ କ୍ୟାମ୍ପ୍ ଉପରେ ଡ୍ରୋନ୍ କ୍ୟାମେରା ଉଡାଇବା ପରେ ସୁରକ୍ଷାବାହିନୀଙ୍କ ନିଦ ହଜିଯାଇଛି । ଗତ ତିନି ଦିନ ଧରି ରାତି ସମୟରେ ସୁକୁମା ଜିଲ୍ଲାର ବିଭିନ୍ନ ସିଆରପିଏଫ କ୍ୟାମ୍ପ୍ ଉପରେ ଡ୍ରୋନ୍ କ୍ୟାମେରା ଉଡୁଥିବା ଦେଖିବାକୁ ମିଳିଛି ।

{"id":167939}

ପୂର୍ବରୁ ନକ୍ସଲମାନଙ୍କ ଗତିବିଧି ଉପରେ ନଜର ରଖିବା ଲାଗି ପୋଲିସ ଡ୍ରୋନ୍ କ୍ୟାମେରା ବ୍ୟବହାର କରିଥିବା ବେଳେ ବର୍ତ୍ତମାନ ସୁରକ୍ଷାକର୍ମୀଙ୍କ ଉପରେ ନଜର ରଖିବା ଲାଗି ଡ୍ରୋନ୍ କ୍ୟାମେରା ଉଡାଇଛନ୍ତି ମାଓବାଦୀ । ତେବେ ମାଓବାଦୀଙ୍କ ଏପରି ଅତ୍ୟାଧୁନିକ କୌଶଳ ଏବେ ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି ।

{"id":167940}

ଏହି ଘଟଣା ପରେ ଉଭୟ ଛତିଶଗଡ ଓ ମାଲକାନଗିରି ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯାଇଛି । ସବୁଠି ଜବାନମାନେ ସଜାଗ ହୋଇ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.