ବେଲଘର-ଆମ୍ବାଦଲା ରାସ୍ତା ଖୋଳିଲେ ମାଓବାଦୀ, ଯାତାୟତ ଠପ୍

Published By : Prameya-News7 Bureau | September 11, 2020 IST

ଫୁଲବାଣୀ ୧୧।୦୯:  ଫୁଲବାଣୀ- କନ୍ଧମାଳ- କଳାହାଣ୍ଡି ଜିଲ୍ଲାର ସୀମାନ୍ତ ବେଲଘର ଆମ୍ବାଦଲା ରାସ୍ତାକୁ ମାଓବାଦୀ ମାନେ ଆଜି ଖୋଳି ଦେଇଥିବା ଦେଖିବାକୁ ମିଳିଛି। ବେଲଘର ଠାରୁ ପ୍ରାୟ ୭ କିଲୋମିଟର ଦୂରରେ କଳାହାଣ୍ଡି ସୀମାନ୍ତରେ ରାସ୍ତାକୁ ଖୋଳା ଯାଇଥିବାରୁ ସେହି ରାସ୍ତାରେ ଯାତାୟାତ ବନ୍ଦ ହୋଇଯାଇଛି।  ମାଓବାଦୀ ମାନେ ରାସ୍ତା ଖୋଳିଥିବା ନେଇ କଳାହାଣ୍ଡି ଏସପି ସ୍ପଷ୍ଟ କରିଥିବା ବେଳେ କନ୍ଧମାଳ ପୁଲିସ୍ ନିକଟରେ ଏ ନେଇ ସୂଚନା ନଥିବା ବେଲଘର ଥାନାଧିକାରୀ କହିଛନ୍ତି। ଏଠାରେ

ସୂଚନାଯୋଗ୍ୟ ଯେ ଦୁଇଦିନ ତଳେ କଳାହାଣ୍ଡି ପୁଲିସ୍ର ଏସଓଜି ଟିମ୍ ଦ୍ୱାରା କମ୍ବିଂ ଅପରେସନ ଚାଲିଥିବା ବେଳେ ଭଣ୍ଡରଙ୍ଗି ସିର୍କି ଜଙ୍ଗଲରେ ମାଓବାଦୀଙ୍କ ସହ ମୁହାଁ ମୁହିଁ ହେବା ସହ ଗୁଳି ବିନିମୟ ହୋଇଥିଲା। ଏହି ଘଟଣାରେ ସପିଆଇ ମାଓବାଦୀର ବିଜିଏନ ଡିଭିଜନର ୫ କ୍ୟାଡର ମାଓବାଦୀ ନିହତ ହୋଇଥିଲେ। ନିହତଙ୍କ ମଧ୍ୟରେ ୪ ମହିଳା ମାଓବାଦୀ ଥିଲେ। ଏଥିସହ ଏସଓଜିର ୨ ଯବାନ ମଧ୍ୟ ସହିଦ୍ ହୋଇଥିଲେ। ଏହି ଘଟଣା ପରେ ଏବେ ବେଲଘର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଆଗାମୀ ଦିନରେ ପ୍ରତିଶୋଧ ପରାୟଣ ହୋଇ ମାଓବାଦୀମାନେ କିଛି ଅଘଟଣ ଘଟାଇବାର ଆଶଙ୍କା କରୁଛନ୍ତି ଅଞ୍ଚଳବାସୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.