ଆଜି ଠାରୁ ଆରମ୍ଭ ହୋଇଛି ନକ୍ସଲଙ୍କ ଶହୀଦ ସପ୍ତାହ : କୋରାପୁଟରେ କମ୍ଵିଂ ଅପରେସନ ଜୋରଦାର

Published By : Prameya-News7 Bureau | July 28, 2019 IST

କୋରାପୁଟ  ୨୮/୭: ଆଜି ଠାରୁ ଆରମ୍ଭ ହୋଇଛି ନକ୍ସଲଙ୍କ ଶହୀଦ ସପ୍ତାହ।ଏହା ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଚାଲିବ।ପୋଲିସ ଗୁଳିରେ ପ୍ରାଣ ହରାଇଥିବା ନକ୍ସଲଙ୍କ ସ୍ମୃତିରେ ପ୍ରତିବର୍ଷ ଜୁଲାଇ ୨୮ ତାରିଖରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ନକ୍ସଲମାନେ  ଶହୀଦ ସପ୍ତାହ ପାଳନ କରିଥାନ୍ତି।ଏହି ସମୟରେ ସେମାନେ ହିଂସା ଘଟାଇଵାର ସମ୍ଭାବନା ଥିବାରୁ କୋରାପୁଟ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

{"id":138077}

ଦୁର୍ଗମ ଅଂଚଳରେ କମ୍ଵିଂ ଅପରେସନକୁ ଜୋରଦାର କରାଯାଇଥିବା ବେଳେ SOP ପାଳନ କରିଵାକୁ ପୋଲିସକୁ ନିର୍ଦ୍ଦେଶ ଦିଆ ଯାଇଥିଵା କହିଛନ୍ତି କୋରାପୁଟ ଏସପି। ସେହିପରି ବିଏସଏଫ ସହ ବି ସମନ୍ବୟ ରଖାଯାଇଥିବା ସେ କହିଛନ୍ତି।ଅନ୍ୟ ପଟେ ସୁରକ୍ଷା ଦୃଷ୍ଟିକୋଣରୁ ଜୟପୁର ଜୋନର ନକ୍ସଲ ପ୍ରଵଣ ୧୭ଟି ରୁଟରେ ମୋଟ ୨୫ଟି ସରକାରୀ ବସ ଚଳାଚଳ ବାତିଲ କରା ଯାଇଛି।

{"id":138078,"width":556,"height":417}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.