Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ତୁଳସୀ ପାହାଡରେ ମାଓ କ୍ୟାମ୍ପ ଠାବ: ଯବାନଙ୍କ ପାଲଟା ଜବାବରେ ଛତ୍ରଭଙ୍ଗ ଦେଲେ ମାଓବାଦୀ, ଅନେକ ସାମଗ୍ରୀ ଜବତ

17/10/2021 at 8:05 PM

ମାଲକାନଗିରି୧୭/୧୦:  ପୁଣି ମାଲକାନଗିରି ଜିଲ୍ଲାରେ ଠାବ ହେଲା ମାଓ ଶିବିର ।୧୪ ତାରିଖ ରାତିରେ  ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡ ଉପରେ ନକ୍ସଲମାନେ ଏକ ବଡ କ୍ୟାମ୍ପ କରି ରହିଥିବା ପୋଲିସର ଗୁଇନ୍ଦା ବିଭାଗକୁ ସୁଚନା ମିଳିଥିଲା । ଏହା ପରେ ୧୫ ତାରିଖ ଦିନ ସକାଳୁ ଏସ.ଓ.ଜି, ଡି.ଭି.ଏଫ ଓ ବି.ଏସ.ଏଫ ବାହିନୀ ପକ୍ଷରୁ ମିଳିତ ଭାବେ ସେଠାରେ କୁମ୍ବିଂ ଅପରେସନ କରାଯାଇଥିଲା ।

ସୁରକ୍ଷା କର୍ମୀଙ୍କ ଆସିବା ଦେଖି ମାଓବାଦୀ ମାନେ ପ୍ରଥମେ ଗୁଳି ଚାଳନା କରିଥିଲେ ପରେ ଯବାନମାନେ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ । ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ଧରି ଗୁଳି ବିନିମୟ ହେବା ପରେ ନକ୍ସଲମାନେ ଘଟଣାସ୍ଥଳ ଛାଡି ପଳାୟନ କରିଥିଲେ । ଘଟଣା ପରେ ଯବାନଙ୍କ ପକ୍ଷରୁ ସେଠାରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ମାଓ ଶିବିରରୁ ଯବାନମାନେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛନ୍ତି ।

ଯାହା ମଧ୍ୟରେ ରହିଛି ୮ ଟି ଡିଟୋନିଟର, ୧୨ ଭୋଲ୍ଟର ଗୋଟିଏ ବ୍ୟାଟେରି, ନକ୍ସଲ କିଟ୍ ବ୍ୟାଗ ଓ ପୋଷାକ ସହ ମାଓ ସାହିତ୍ୟ ଓ ଅନେକ ପ୍ରଚାର ପତ୍ର । ଘଟଣାସ୍ଥଳରୁ ନକ୍ସଲମାନେ ଖସି ଛତିଶଗୋଡ ସୀମା ଆଡକୁ ଚାଲିଯାଇଥିବା ଜଣାପଡିଛି । ତେବେ ସେମାନଙ୍କୁ ଧରିବା ଲାଗି ଛତିଶଗଡ ଓଡିଶା ସୀମାନ୍ତରେ ଆଉ ଏକ ଅପରେସନ ଆରମ୍ଭ ହୋଇଥିବା ମାଲକାନଗିରି ଏସ.ପି. ସୁଚନା ଦେଇଛନ୍ତି ।

   Related Posts