ପାଟଦର୍ହା ଜଙ୍ଗଲରୁ ମାଓ କ୍ୟାମ୍ପ୍ ଠାବ ; ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

Published By : Prameya-News7 Bureau | February 07, 2019 IST

ନୂଆପଡା ୭|୨: ନୂଆପଡା ବୋଡେନ ଥାନା ପାଟଦର୍ହା ଜଙ୍ଗଲରୁ ମାଓ କ୍ୟାମ୍ପ୍ ଠାବ ହୋଇଛି । ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ଏସପି ସ୍ମିତ ପରମାରଙ୍କ ନିର୍ଦ୍ଦେଶରେ ଗୋଟିଏ ସପ୍ତାହ ହେବ ୬ ଟି ଏସଓଜି ଟିମ୍ କମ୍ବିଂ ଅପରେସନ ଚଳାଇଥିଲେ । କାଟଫାର ଅଞ୍ଚଳ ଘଞ୍ଚ ଜଙ୍ଗଲ ଭିତରେ ମେନପୁର-ନୂଆପଡା ଡିଭିଜନର ଏକ ମାଓ କ୍ୟାମ୍ପ ରହିଥିବା କୌଣସି ସୁତ୍ରରୁ ଖବର ପାଇ କମ୍ବିଂ ଜାରି ରହିଥିଲା ।

{"id":82730}

ଗତକାଲି ଅପରାହ୍ନରେ ଯବାନମାନଙ୍କୁ ଦେଖି ଛତ୍ରଭଙ୍ଗ କରିଥିଲେ । କ୍ୟାମ୍ପ୍ ନିକଟରୁ ୫ କେଜିର ୫ ଟି ଟିଫିନ୍ ବୋମା ୫ ୟୁପିଏସ ବ୍ୟାଟେରି, ୫ ଶହ ମିଟର ବିଦ୍ୟୁତ୍ ତାର, ଗୋଟିଏ ମୋବାଇଲ ପାୱ୍ବାର ବ୍ୟାଙ୍କ, ବହୁ ମାଓ ପତ୍ରିକା ସହ ମାଓ ପୋଷାକ ଓ ଔଷଧ ଜବତ ହୋଇଛି । ଆଗାମୀ ଦିନରେ ନିର୍ବାଚନକୁ ଦୃଷ୍ଟିରେ ରଖି ଅପରେସନ୍ ଜାରି ରହିଥିବା ଏସପି ସ୍ମିତ ପି ପରମାର କହିଛନ୍ତି ।

{"id":82731}

ଗତ ସପ୍ତାହରେ ଭଇଁଷାଦାନିଠାରୁ ଖରିଆର ରୋଡ ଚାଲୁଥିବା ଏକ ସରାକରୀ ବସ ରେ ମାଓ ପୋଷ୍ଟର ସହ ବସ୍ ସାରା ପୋଲିସ ବିରୋଧରେ ଲେଖିବା ସହ ଭାରତ ବନ୍ଦକୁ ସମର୍ଥନ କରିବା ପାଇଁ ସାଧାରଣ ଜନତାଙ୍କୁ ଆହ୍ବାନ କରିବା ସହ ନିଜର ଉପସ୍ଥିତି ଜାହିର କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.