ପୋଲିସ-ମାଓବାଦୀ ମଧ୍ୟରେ ଗୁଳିବିନିମୟ, କମ୍ବିଂ ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

Published By : Prameya-News7 Bureau | April 10, 2019 IST

ନୂଆପଡା ୧୦|୪ : ନିର୍ବାଚନ ପୂର୍ବରୁ ନୂଆପଡା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି । ବୋଡେନ ଥାନା ପାଟଦର୍ହା ସଂରକ୍ଷିତ ଜଙ୍ଗଲରେ ମାଓକ୍ୟାମ୍ପ ଠାବ ହୋଇଛି । କମ୍ବିଂ ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ଜବତ ସାମଗ୍ରୀ ମଧ୍ୟରେ ମାଓ ପୋଷାକ, ୨ ପ୍ରେସର କୁକର, ୮ ଜିଲୋଟିନ, ୩ ବଣ୍ଡଲ ତାର, ୪ଟି ଡିଟୋନେଟର, ମାଓ ପୁସ୍ତକ ଆଦି ରହିଛି । ସାଧାରଣ ନିର୍ବାଚନକୁ ଅଖି ଆଗରେ ରଖି ବୋଡେନ ଥାନା ପାଟଦର୍ହା ଜଙ୍ଗଲ ଭିତରେ କମ୍ବିଂ ଅପରେସନ କରିଥିଲା । ଯେଉଁଥିରେ ସିଆରପିଏଫ, ଡିଭିଏଫ ଓ ଏସଓଜି ଯବାନ ସାମିଲ ଥିଲେ । ପାଟଦର୍ହା ସଂରକ୍ଷିତ ଜଙ୍ଗଲ ଭିତରେ ଥିବା କୋଦୋଭଟା ଜଙ୍ଗଲ ଭିତରେ ମାଓକ୍ୟାମ୍ପ୍ ଠାବ ପରେ ସେଠାରେ ୨୦ ଜଣ ମାଓବାଦୀ ରହିଥିବା ଅନୁମାନ କରିଥିଲେ ଯବାନ । ପରେ ଉଭୟ ପକ୍ଷରୁ ୧୦୦ ରାଉଣ୍ଡ ରୁ ଉର୍ଦ୍ଧ୍ବ ଗୁଳିବିନିମୟ ହୋଇଥିଲା । ତେବେ ଘଟଣାସ୍ଥଳରୁ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ ।  ବର୍ତ୍ତମାନ ମଧ୍ୟ ସୀମାନ୍ତବର୍ତ୍ତି ଅଞ୍ଚଳରେ କମ୍ବିଂ ଅପରେସନ ଜାରି ରହିଛି । ଆଜି ଏକ ସାମ୍ବାଦିକ ସମ୍ମିଳନି କରି  ନୂଆପଡା ଏସପି ସ୍ମିତ ପି ପରମାର ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.