Monday, April 22, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନୂଆପଡାରେ ପୁଣି ମାଓ କ୍ୟାମ୍ପ ଠାବ ; ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ନୂଆପଡା ୧୨|୨:  ନୂଆପଡା ଜିଲ୍ଲାରେ ପୁଣି ମାଓ କ୍ୟାମ୍ପ ଠାବ ହୋଇଛି । ଧରମବନ୍ଧା ଥାନା ଓଡିଶା-ଛତିଶଗଡ ସୁନାବେଡା ଅଭୟାରଣ୍ୟ ଭିତରେ କମ୍ବିଂ ଅପରେସନ ବେଳେ ଠାବ କଲା ସିଆରପିଏଫ୍ । ବହୁ ମାଓ ସାମଗ୍ରୀ ଜବତ କରିଥିବା ବେଳେ ଖସି ପଳାଇଛନ୍ତି ମାଓବାଦୀ ।

ଗତକାଲି ସର୍ଚ୍ଚ ଅପରେସନ ସମୟରେ ସିଆରପିଏଫକୁ ଏକ ସଫଳତା ମିଳିଛି । ଧରମବନ୍ଧା ଥାନା ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟ ଭିତରେ ଥିବା ସନ୍ତୋଷପଡା, ପଣ୍ଡରିପାଣି ଓ ବାଞ୍ଜିପାନି ଗାଁ ପାଖ ଜଙ୍ଗଲ ଭିତରୁ ଏକ ମାଓକ୍ୟାମ୍ପ ଠାବ କରିବାରେ ସଫଳ ହୋଇଛି ସିଆରପିଏଫ ଦଳ । ଯେଉଁଥିରେ ବହୁ ମାଓ ସାମଗ୍ରୀ ଜବତ କରିଥିବା ବେଳେ ମାଓବାଦୀ ଛତ୍ରଭଙ୍ଗ କରିବାରେ ସଫଳ ହୋଇଛନ୍ତି ।

୨ ରାଇଫଲ, ୨ ହେଣ୍ଡ ଗ୍ରେନେଟ,୧୨ ଜିଲେଟିନ ଷ୍ଟିକ, ଇଲେକ୍ଟ୍ରି ଡିଟୋନେଟର, ସୋଲାର ପ୍ଲେଟ, ଦୁଇଟି ରେଡିଓ ସେଟ, ୯ ଭୋଲ୍ଟ ବ୍ୟାଟେରି, ୫ କେଜିରୁ ଉର୍ଦ୍ଧ୍ବ ବିସ୍ଫୋରକ, ନାଲି କପଡା, ମାଓ ପତ୍ରିକା ଓ  ମାଓ ପୋଷାକ ସମେତ ଅନେକ ଗୁଡିଏ ମାଓ ସାମଗ୍ରୀ ଜବତ କରାଯାଇଛି । ଗୋଟିଏ ପଟେ ଛତିଶଗଡ ଇଲାକାରେ ସର୍ଚ୍ଚ ଅପରେସନ କୁ ଜୋରଦାର କରାଯାଉଥିବା ବେଳେ ସିମାନ୍ତବର୍ତ୍ତି ସୁନାବେଡା ଅଭୟାରଣ୍ୟ ହିଁ ମାଓବାଦୀଙ୍କ ପାଇଁ ସୁରକ୍ଷିତ ଅଞ୍ଚଳ ବୋଲି କ୍ୟାମ୍ପ କରି ରହୁଥିବା ଅନୁମାନ କରାଯାଉଛି । ଆଗାମୀ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ନୂଆପଡା ପୋଲିସ ତଥା ସିଆରପିଏଫ ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଉଛି ।

125 Views

   ସମ୍ବନ୍ଧିତ ଖବର