Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ମାଓ କ୍ୟାମ୍ପ୍ ଠାବ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

17/01/2020 at 2:31 PM

ମାଲକାନଗିରି।ଲମତାପୁଟ ୧୭।୧: ମାଲକାନଗିରି ଜିଲ୍ଲା ମୁଦୁଲିପଡା ଥାନା ଅନ୍ତର୍ଗତ ଗୟିଗୁଡା ଜଙ୍ଗଲରେ ଗତକାଲି ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ନେଇ ସୂଚନା ଦେଇଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ସଫିନ ଅହମ୍ମଦ କେ । ନକ୍ସଲ ସଂଗଠନର ୨୨ ଜଣ ସଦସ୍ୟ ବଣ୍ଡା ଘାଟିରେ ଗତ ଏକ ସପ୍ତାହ ଧରି ମାଓ କ୍ୟାମ୍ପ କରିବା ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିଲା ।

ପୋଲିସର ଗୁଇନ୍ଦା ବିଭାଗକୁ ସୂଚନା ମିଳିବା ପରେ ମାଲକାନଗିରି ଏସପି ରିଷିକେଶ ଖିଲାରି ଓ ଏସଡିପିଓ ପ୍ରହଲ୍ଲାଦ ମୀନାଙ୍କ ନେତୃତ୍ବରେ ଡିଭିଏଫ, ଏସଓଜି ଓ ବିଏସଏଫର ମିଳିତ ଅପରେସନ ଆରମ୍ଭ କରାଯାଇଥିଲା ।  ସୁରକ୍ଷାକର୍ମୀଙ୍କୁ ଦେଖି ମାଓବାଦୀମାନେ ପ୍ରଥମେ ଗୁଳିଚାଳନା କରିଥିଲେ । ଜବାବରେ ଯବାନମାନେ ପାଲଟା ଆକ୍ରମଣ କରିଥିଲେ ।  ଯବାନଙ୍କ ଆଖିବୁଜା ଗୁଳିଚାଳନା ଯୋଗୁଁ  ମାଓବାଦୀମାନେ ଘଟଣାସ୍ଥଳ ଛାଡି ପଳାଇଥିଲେ ।

ଘଟଣାସ୍ଥଳରୁ ପୋଲିସ ମାଓବାଦୀଙ୍କ ୨୨ଟି କିଟ୍ ବ୍ୟାଗ୍ ସହ ବହୁ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି । ସେଥିରେ ଏକେ୪୭ ବନ୍ଧୁକ ଗୁଳି, ଡିଟୋନିଟର, ଗନ୍ ପାଉଡର, ଗ୍ରେନେଡ୍, ଲ୍ୟାଣ୍ଡମାଇନ, ମୋବାଇଲ ଫୋନ ଓ ନକ୍ସଲ ପ୍ରଚାର ପତ୍ର ରହିଛି । ମାଏବାଦୀଙ୍କୁ ଧରିବା ଲାଗି ବଣ୍ଡା ଘାଟିରେ ବର୍ତ୍ତମାନ ସୁଦ୍ଧା କମ୍ବିଂ ଅପରେସନ ଚାଲିଥିବା ଡିଆଇଜି ସଫିନ ଅହମ୍ମଦ କେ କହିଛନ୍ତି ।

   Related Posts