ଠିକା କ୍ୟାମ୍ପ୍‌ରେ ମାଓବାଦୀଙ୍କ ଲଙ୍କାକାଣ୍ଡ, ପୋଡିଦେଲେ ରାସ୍ତା କାମରେ ନିୟୋଜିତ ଗାଡି

Published By : Prameya-News7 Bureau | January 22, 2022 IST

ରାୟଗଡା ୨୨।୧: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡ଼ା ଗ୍ରାମରେ ମାଓବାଦୀ ଲଙ୍କାକାଣ୍ଡ ଘଟାଇଛନ୍ତି । ବୁଡାଗୁଡା ଗ୍ରାମରେ ଥିବା SVSMC ନାମକ ଏକ ଠିକା କମ୍ପାନୀ କ୍ୟାମ୍ପରେ ମାଓବାଦୀ ଆକ୍ରମଣ କରିଛନ୍ତି । ରାସ୍ତା ନିର୍ମାଣ ନିମନ୍ତେ ରହିଥିବା ଗୋଟିଏ ଟ୍ରଲି ଓ ଟ୍ରକ୍ ସମେତ ଅନ୍ୟ ସାମଗ୍ରୀ ମାଓବାଦୀ ପୋଡ଼ି ଦେଇଥିବା ସୂଚନା ମିଳିଛି ।

{"id":577594,"width":755,"height":416,"sizeSlug":"full","linkDestination":"none"}

ଏଥିସହ କ୍ୟାମ୍ପ ଗେଟ୍ ଠାରେ ଏକ ମାଓବାଦୀ ପୋଷ୍ଟର ଲାଗିଥିବା ଦେଖିବାକୁ ମଧ୍ୟ ଦେଖିବାକୁ ମିଳିଛି । ଉକ୍ତ ପୋଷ୍ଟରରେ ସିପିଆଇ (ମାଓବାଦୀ) ଉଲ୍ଲେଖ ରହିଛି । ଶୁକ୍ରବାର ରାତିରେ ପ୍ରାୟ ୨୦ଜଣ ମାଓବାଦୀ କ୍ୟାମ୍ପ ଆସି ଏହି ଲଙ୍କାକାଣ୍ଡ ଭିଆଇଥିବା ସୂଚନା ମିଳିଛି । ଶନିବାର ସକାଳୁ ଏହି ଘଟଣା ଲୋକଲୋଚନକୁ ଆସିଛି । ତେବେ ଖବର ଲେଖାହେବା ସୁଦ୍ଧା ପୋଲିସ ଘଟଣାସ୍ଥଳରେ ପହଞ୍ଚି ନଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.