ଓଡିଶା-ଛତିଶଗଡ ସୀମାରେ ମାଓ ହିଂସା, ରାସ୍ତାକାମରେ ନିୟୋଜିତ ୬ଟି ଗାଡି ପୋଡିଦେଲେ

Published By : Prameya-News7 Bureau | June 25, 2020 IST

ମାଲକାନଗିରି ୨୫।୬: ଓଡ଼ିଶା-ଛତିଶଗଡ଼ ସୀମାରେ ମାଓ ହିଂସା । ଛତିଶଗଡ଼ ସୀମାନ୍ତ ସୁକୁମା ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ମାଓ ହିଂସା । ସ୍ଥାନୀୟ କୁକାନାଡ଼ ଥାନା ଅନ୍ତର୍ଗତ ଧୋନୀକୁର୍ତ୍ତା ଗାଁରେ ଚାଲିଥିବା ରାସ୍ତାକାମକୁ ବିରୋଧ କରି ହିଂସାକାଣ୍ଡ ଘଟାଇଛନ୍ତି ମାଓବାଦୀ ।

{"id":291227,"sizeSlug":"large"}

ରାସ୍ତାକାମରେ ନିୟୋଜିତ ୬ଟି ଗାଡ଼ିକୁ ମାଓବାଦୀ ପୋଡ଼ି ଦେଇଛନ୍ତି । ଯାହା ମଧ୍ୟରେ ଦୁଇଟି ଜେସିବି, ଗୋଟିଏ ପ୍ରୋକଲିନ ଓ ତିନୋଟି ଟିପ୍ପର ରହିଛି ।

{"id":291229,"sizeSlug":"large"}

ଆଜି ସକାଳୁ ପ୍ରାୟ ୧୦ରୁ ୧୫ ଜଣ ମାଓବାଦୀ ଆସି  ରାସ୍ତା ତିଆରି କରୁଥିବା ଠିକା କମ୍ପାନୀର କ୍ୟାମ୍ପରେ ଜଳାପୋଡ଼ା କରିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.