Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମାଓବାଦୀଙ୍କ ଲଙ୍କାକାଣ୍ଡ, ୩ଟି ଟ୍ରାକ୍ଟର ସହ ୨ଟି ଜେସିବି ପୋଡିଲେ

15/05/2019 at 7:54 AM

କଳାହାଣ୍ଡି ୧୫|୫: କଳାହାଣ୍ଡିରେ ଲଙ୍କାକାଣ୍ଡ ଘଟାଇଛନ୍ତି ମାଓବାଦୀ । ରାସ୍ତା କାମକୁ ବିରୋଧ କରି ଠିକାଦାର କ୍ୟାମ୍ପ ଉପରେ ଆକ୍ରମଣ କରିଛନ୍ତି ମାଓବାଦୀ । ୩ଟି ଟ୍ରାକ୍ଟର ସହ ଦୁଇଟି ଜେସିବି ମେସିନ ପୋଡିଲେ ମାଓବାଦୀ । କଳାହାଣ୍ଡି-କନ୍ଧମାଳ ସୀମାନ୍ତ ଉର୍ଲାଦାନୀ ପଂଚାୟତ ନୁଆମୁଣ୍ଡା କ୍ୟାମ୍ପରେ ଘଟିଛି ଏଭଳି ଲଙ୍କାକାଣ୍ଡ । ନୁଆମୁଣ୍ଡାଠାରୁ ଲାହାଡି ରାସ୍ତା ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବାକୁ କ୍ୟାମ୍ପ୍ କର୍ମଚାରୀଙ୍କୁ ମାଓବାଦୀ ତାଗିଦ କରିଛନ୍ତି ।

   Related Posts