ଲାଲ୍ ହିଂସା, ମନୋହରପୁରରେ ରାସ୍ତା ନିର୍ମାଣକାରୀ ସଂସ୍ଥାର ଗାଡି ଜାଳିଦେଲେ ମାଓବାଦୀ
19/12/2019 at 4:26 PM

ରାଉରକେଲା ୧୯।୧୨: ଓଡିଶା ଝାଡଖଣ୍ଡ ସୀମାନ୍ତ ମନୋହରପୁର ଥାନା ଦାନାପାଲିରେ ରାସ୍ତା ନିର୍ମାଣରେ ନିୟୋଜିତ ଏକ ପୋକଲିନକୁ ନିଆଁ ଲଗାଇ ଦେଇଛନ୍ତି ମାଓବାଦୀ । ବରଙ୍ଗାରୁ ଦାନାପାଲି ପର୍ଯ୍ୟନ୍ତ ନିର୍ମାଣ ହେଉଥିବା ରାସ୍ତା କାମରେ ନିୟୋଜିତ ଥିଲା ଏହି ପୋକଲିନ ।

ଗତକାଲି ବିଳମ୍ବିତ ରାତିରେ କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦାନାପାଲି ନିକଟରେ ଛିଡ଼ାହୋଇଥିଲା । ସେହି ସମୟରେ ବାଇକ ସହ ଗୋଟିଏ ଜିପ୍ ରେ କିଛି ମାଓବାଦୀ ଆସି ପୋକଲିନକୁ ପୋଡି ଦେଇଥିଲେ। ଝାଡଖଣ୍ଡର ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ ଏଭଳି ଏକ ଘଟଣା ପୋଲିସର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ସୃଷ୍ଟି କରିଛି।
Related Posts
ବରଗଛରେ ଝୁଲୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ତଳେ ପଡିଛି ଚପଲ
28 February 2021
ଭଦ୍ରକ : ବସନ୍ତ ଉତ୍ସବ ପାଳିତ
28 February 2021