ମାଲକାନଗିରି ୨୧|୧୨: ପୁଣି ମାଲକାନଗିରି ଜିଲ୍ଲାରେ ଲାଲ୍ ଆତଙ୍କ । ମାଲକାନଗିରି ଜିଲ୍ଲା ବଣ୍ଡାଘାଟି ନିକଟ ଆନ୍ଧ୍ର ଓଡିଶା ସୀମାନ୍ତ ପାତ୍ରପୁଟ ନିକଟରେ ଏକ ଜେସିବିକୁ ମାଓବାଦୀମାନେ ପୋଡିଦେଇଥିବା ସୂଚନା ମିଳିଛି । ବଣ୍ଡାଘାଟି ନିକଟ ଗୋଇଗୁଡାଠାରୁ ଭୋଜିଗୁଡା ଯାଏଁ ରାସ୍ତା କାମ ଚାଲୁଥିବା ବେଳେ ଉକ୍ତ ଜେସିବିଟି ନିୟୋଜିତ ଥିଲା। ପୂର୍ବରୁ ମଧ୍ୟ ମାଓବାଦୀମାନେ ବଣ୍ଡାଘାଟିରେ ଚାଲୁ ରହୁଥିବା ରାସ୍ତା କାମକୁ ବିରୋଧ କରି ବିଭିନ୍ନ ଯନ୍ତ୍ରପାତି ପୋଡି ଦେଇଥିବା ଦେଖିବାକୁ ମିଳିଛି।
ଅମେଠି ଓ ରାଇବରେଲିରୁ କିଏ ହେବେ କଂଗ୍ରେସ ପ୍ରାର୍ଥୀ?...