ମାଓବାଦୀଙ୍କ ଲଙ୍କାକାଣ୍ଡ ; ଯାତ୍ରୀବାହୀ ବସ୍‌ରେ ଲଗାଇ ଦେଲେ ନିଆଁ

Published By : Prameya-News7 Bureau | January 29, 2019 IST

ମାଲକାନଗିରି ୨୯|୧:  ମାଲକାନଗିରିରେ ମାଓବାଦୀମାନେ ଲଙ୍କାକାଣ୍ଡ ଘଟାଇଛନ୍ତି । ଯାତ୍ରୀବାହୀ ବସରେ ନିଆଁ ଲଗାଇ ଦେଇଛନ୍ତି ମାଓବାଦୀ । ଏବେ ଲାଲ୍ ସଂଗଠନ ପ୍ରତିବାଦ ସପ୍ତାହ ପାଳନ କରୁଥିବା ବେଳେ ପଞ୍ଚମ ଦିନରେ ସ୍ଥିତି ଜାହିର କରିଛନ୍ତି ମାଓବାଦୀ । ମାଥିଲି ଥାନା ମହୁପଦର ଗାଁରେ ଘରୋଇ ବସ୍ ପୋଡିଦେଇଛନ୍ତି ।

{"id":79290}

ସୂଚନା ଅନୁସାରେ ୪୦ରୁ ୫୦ ମାଓବାଦୀ ଘଟଣାସ୍ଥଳରେ ପହଞ୍ଚି ବସ୍ କର୍ମଚାରୀଙ୍କୁ ମାଡ଼ ମାରିବା ପରେ ବସ୍ ରୁ ଯାତ୍ରୀମାନଙ୍କୁ ଓହ୍ଲାଇ ଦେଇଥିଲେ । ଯାତ୍ରାମାନଙ୍କୁ ଓହ୍ଲାଇବା ପରେ ବସରେ ନିଆଁ ଲଗାଇ ଦେଇଥିଲେ ମାଓବାଦୀ । ତେବେ ଦରଭା ନକ୍ସଲ ଡିଭିଜନ ଏହି ହିଂସାକାଣ୍ଡ ଘଟାଇଥିବା ସୂଚନା ମିଳିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷାକର୍ମୀ କୁମ୍ବିଂ ଅପରେସନ  ଜୋରଦାର କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.