ପୁଣି ମାତିଲେ ମାଓବାଦୀ : ଠିକା ସଂସ୍ଥା କ୍ୟାମ୍ପ୍‌ରେ ୧୨ ରୁ ଅଧିକ ଗାଡି ପୋଡି, ଗୁଳିମାଡରେ ଜଣେ ଶ୍ରମିକ ମୃତ, ୨ ଗୁରୁତର

Published By : Prameya-News7 Bureau | February 02, 2019 IST

ରାଉରକେଲା ୨|୨: ପୁଣି ଥରେ ମାଓବାଦୀଙ୍କ ବର୍ବର କାଣ୍ଡ । ଓଡ଼ିଶା ସୀମାନ୍ତ ସରଣ୍ଡା ଜଙ୍ଗଲର ସୋମରା ଗାଁରେ  ଏକ ଠିକା ସଂସ୍ଥାର କ୍ୟାମ୍ପ ଉପରେ ଆକ୍ରମଣ  କରି ମାଓବାଦୀମାନେ ପୋଡ଼ାଜଳା ଓ ଗୁଳିମାଡ଼ କରିଛନ୍ତି । ମାଓବାଦୀଙ୍କ ଆକ୍ରମଣରେ ପୋଲ ନିର୍ମାଣ କାର୍ଯ୍ୟରେ ନିୟୋଜିତ ୧୨ରୁ ଅଧିକ ଗାଡ଼ି ପୋଡ଼ିଯାଇଛି। ଗୁଳିମାଡ଼ରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ୨ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନେ  ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।

{"id":80822}

ମନୋହରପୁରର ଠିକାଦାର ଦୁର୍ଯୋଧନ ମହନ୍ତିଙ୍କ ଠିକା କମ୍ପାନି ‘ମହନ୍ତି କନ୍ ଷ୍ଟ୍ରକ୍ସନ’ ସୋମରା ନାଳ ଉପରେ ଏକ ସେତୁ ନିର୍ମାଣ କାର୍ଯ୍ୟ କରୁଛି। ଗତ କାଲି ସଂଧ୍ୟାରେ  ୧୫ରୁ ୧୬  ସଶସ୍ତ୍ର ମାଓବାଦୀ ବାଇକ୍ ରେ ଆସି ଠିକା ସଂସ୍ଥାର କ୍ୟାମ୍ପରେ ଥିବା ସବୁ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ସେମାନେ ଶ୍ରମିକ ରହୁଥିବା ଘରେ ମଧ୍ୟ ନିଆଁ ଲଗାଇ ଦେବାରୁ ସେମାନେ ପ୍ରାଣ ବିକଳରେ ଏଣେ ତେଣେ ଦୌଡ଼ିଥିଲେ। ଏହି ସମୟରେ ମାଓବାଦୀମାନେ ଆଖିବୁଜା ଗୁଳି ମାଡ଼ କରିବାରୁ ୩ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.