ରାୟଗଡାରେ ପୁଣି ମାତିଲେ ମାଓବାଦୀ, ରାସ୍ତାକାମକୁ ବିରୋଧ କରି ପୋଡିଲେ ଗାଡି

Published By : Prameya-News7 Bureau | January 22, 2020 IST

ରାୟଗଡା  ୨୨।୦୧: କିଛି ଦିନର ନୀରବତା ପରେ ପୁଣି ରାୟଗଡା ଜିଲ୍ଲାରେ ଦେଖାଦେଇଛି ଲାଲ୍‌ ଆତଙ୍କ। ରାସ୍ତାକାମରେ ନିୟୋଜିତ ଥିବା ଗାଡିକୁ ପୋଡିଦେଇଛନ୍ତି । ସ୍ଥାନୀୟ ଅଞ୍ଚଳରେ ଭୟର ବାତାବାରଣ ସୃଷ୍ଟି ହୋଇଯାଇଛି ।

{"id":214524,"sizeSlug":"large"}

ସୂଚନାଯୋଗ୍ୟ ଯେ, ମାଓବାଦୀ ମାନେ ବୁଧବାର ଦିନ ଭୋର ସମୟରେ  ନିୟମଗିରି ପାହାଡ ଉପରେ ଥିବା ଏକ ଠିକା ସଂସ୍ଥାର କ୍ୟାମ୍ପ ଉପରେ ଆକ୍ରମଣ କରିଛନ୍ତି। ମାଓବାଦୀ ମାନେ ଆକ୍ରମଣ କରି ଦୁଇଟି ଜେସିବି ମେସିନ, ଗୋଟିଏ ରୋଲର ଓ ଗୋଟିଏ ମିକ୍ସଚର ମେସିନ ପୋଡି ଦେଇଛନ୍ତି।

{"id":214526,"sizeSlug":"large"}

ଯାହାଫଳରେ ନିୟମଗିରି ପାହାଡ ଉପରେ ଥିବା ଗାଁରେ  ବସବାସ କରୁଥିବା ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଯାଇଛି। ଏଥି ପୂର୍ବରୁ ମଧ୍ୟ ରାସ୍ତା ନିର୍ମାଣ ବିରୋଧ କରି ଆକ୍ରମଣ ହୋଇଛି। ବର୍ତ୍ତମାନ ଗୁମା-ମାୟାବାଲି ଗ୍ରାମ ରାସ୍ତା ନିର୍ମାଣ ବିରୋଧ କରି ଏହି କାଣ୍ଡ ଭିଆଇଛନ୍ତି ମାଓବାଦୀ।

{"id":214527,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.