ମାଲକାନଗିରିରେ ଟ୍ରକ୍ ଜାଳିଦେଲେ ମାଓବାଦୀ

Published By : Prameya-News7 Bureau | August 15, 2018 IST

ମାଲକାନଗିରି ୧୫/୮ : ମାଲକାନଗିରି ଛତିଶଗଡ ସୀମାନ୍ତରେ ପୁଣି ମାଓବାଦୀମାନଙ୍କ ହିଂସାକାଣ୍ଡ । ଛତିଶଗଡ ଦାନ୍ତେୱାଡା ଜିଲ୍ଲାରେ ପୁଣି ଟ୍ରକ୍ ଜାଳିଦେଇଛନ୍ତି ମାଓବାଦୀ । ଗତକାଲି ବିଳମ୍ବିତ ରାତିରେ ୧୦ଜଣରୁ ୧୫ଜଣ ସଶସ୍ତ୍ର ମାଓବାଦୀ କିରାଣ୍ଡୁଲ ସ୍ଥିତ ଏସଆର ଷ୍ଟିଲ କମ୍ପାନୀର ଗେଟ୍ ନିକଟରେ ପହଞ୍ଚି ଟ୍ରକଟିକୁ ଜାଳିଦେଇଛନ୍ତି । ଘଟଣାସ୍ଥଳରେ ମଧ୍ୟ ମାଓବାଦୀମାନେ ପୋଷ୍ଟର ଲଗାଇଛନ୍ତି । ସୁକୁମା ଗୋଲାପାଲ୍ଲି ଏନକାଉଣ୍ଟର ଘଟଣାର ପ୍ରତିଶୋଧ ନେବା ଲାଗି ମାଓବାଦୀମାନେ ଏପରି ହିଂସାକାଣ୍ଡ ଘଟାଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.