Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ପୋଲିସ ସୂଚନାଦାତା ସନ୍ଦେହରେ ୧୨ ଗ୍ରାମବାସୀଙ୍କୁ ମାଡ ମାରି ଗାରୁଁ ତଡି ଦେଲେ ମାଓବାଦୀ

19/07/2020 at 8:48 PM

ମାଲକାନଗିରି ୧୯।୦୭: ସମଗ୍ର ବିଶ୍ଵ କରୋନା ମହାମାରୀରେ ଡହଳ ବିକଳ ହେଉଥିବା ବେଳେ ସୀମାନ୍ତ ଛତିଶଗଡ ରାଜ୍ୟରେ ମାଓ ହିଂସାକାଣ୍ଡ ଥମିବାର ନାଁ ଧରୁନାହିଁ। କେଉଁଠି ନା କେଉଁଠି ମାଓବାଦୀମାନେ ହିଂସାକାଣ୍ଡ ଘଟାଇ ସେମାନଙ୍କ ଦବଦବା ଜାହିର କରି ରଖିଛନ୍ତି। ଏହି କ୍ରମରେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ଦାନ୍ତେଓ୍ଵାଡା ଜିଲ୍ଲା କଟେଗକଲ୍ୟାଣ ଥାନା ଅନ୍ତର୍ଗତ ପରଚେଲି ଗାଁରେ ମାଓବାଦୀଙ୍କ ବର୍ବର କାଣ୍ଡ ଦେଖିବାକୁ ମିଳିଛି।

ସେହି ଗାଁର କିଛି ଲୋକ ଗ୍ରାମରେ ସରକାରଙ୍କ ପକ୍ଷରୁ ଚାଲିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ସହଯୋଗ କରି ଆସୁଥିଲେ। ଏ ଖବର ମାଓବାଦୀ ଜାଣି ପାରି ଗତ କାଲି ମଧ୍ୟରାତ୍ରରେ ପରଚେଲି ଗ୍ରାମରେ ପ୍ରାୟ ୧୨ରୁ ଉର୍ଦ୍ଧ୍ଵ  ମାଓବାଦୀ ଅସ୍ତ୍ର ଶସ୍ତ୍ର ଧରି ପ୍ରବେଶ କରିଥିଲେ। ରାତିରେ ସମସ୍ତେ ଶୋଇ ପଡିଥିବା ବେଳେ ଗ୍ରାମର ୧୦ ଜଣ ପୁରୁଷ ଓ ମହିଳାଙ୍କୁ ଘରୁ ଉଠାଇ ତୁମେ ମାନେ ପୋଲିସର ସୂଚନାଦାତା ହୋଇ ସରକାରଙ୍କ କାମରେ ସହଯୋଗ କରୁଛ କହି ନିସ୍ତୁକ ମାଡ ମାରିଥିଲେ।

ମାଡ ଖାଉଥିବା ବ୍ୟକ୍ତିମାନେ ବଡ ପାଟିରେ ଚିତ୍କାର କରି କାନ୍ଦବୋବାଳି ପକାଇବାରୁ ଗ୍ରାମବାସୀମାନେ ଉଠି ପାଟିତୁଣ୍ଡ କରିବାରୁ ମାଓବାଦୀ ମାନେ ଜଙ୍ଗଲରୁ ଲୁଚି ପଳାଇଥିଲେ। ଆଜି ସକାଳେ ସେହି ଗାଁରେ ପୋଲିସ୍ ପହଞ୍ଚି ୧୦୮ ଆମ୍ବୁଲାନ୍ସକୁ ଫୋନ କରି ଆହତ ଗ୍ରାମବାସୀଙ୍କୁ ଦନ୍ତେଓ୍ଵାଡା ଜିଲ୍ଲା ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି। ମାଓବାଦୀମାନେ କ୍ଷୀରଖିଆ ଛୁଆକୁ ଧରିଥିବା ମାକୁ ମଧ୍ୟ ମାଡ ମାରି ଆହତ କରିଥିବାର ଜଣା ପଡିଛି।  

   Related Posts