କନ୍ଧମାଳରେ ମାଓ ହମଲା, ପୋଲିଂ ପାର୍ଟି ଗାଡି ଜାଳିଦେଲେ ମାଓବାଦୀ

Published By : Prameya-News7 Bureau | April 17, 2019 IST

ଫୁଲବାଣୀ ୧୭।୪: କନ୍ଧମାଳରେ ପୋଲିଂ ପାର୍ଟି ଉପରେ ମାଓବାଦୀମାନେ ହମଲା କରିଥିବା ସୂଚନା ମିଳିଛି । ସୁମରବନ୍ଧ ପଞ୍ଚାୟତ ମିଙ୍ଗୁନପଦର ନିକଟରେ ପୋଲିଂ ପାର୍ଟି ଯାଉଥିବାବେଳେ ଗାଡିକୁ ଅଟକାଇ ଦେଇଥିଲେ ମାଓବାଦୀ । ପୋଲିଂ ପାର୍ଟିକୁ ଗାଡି ମଧ୍ୟରୁ ବାହାର କରି ଗାଡିକୁ ଉଡାଇ ଦେଇଥିବା ସୂଚନା ମିଳିଛି । ୨ଟି ପାର୍ଟି ୨ଟି ଗାଡିରେ ଯାଉଥିଲେ । ଫୁଲବାଣୀରୁ ଫିରିଙ୍ଗିଆ ଯାଉଥିଲେ ପୋଲିଂ ପାର୍ଟି ।

{"id":104355}

ସୂଚନା ଅନୁସାରେ ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ । ଓଡ଼ିଶାରେ ୫ଟି ଲୋକସଭା ଏବଂ ୩୫ଟି ବିଧାନସଭା ଆସନରେ ମତଦାନ ହେବ । ଦ୍ବିତୀୟ ପର୍ଯ୍ୟାୟରେ ବରଗଡ, ସୁନ୍ଦରଗଡ, ବଲାଙ୍ଗୀର, କନ୍ଧମାଳ, ଆସ୍କା ଲୋକସଭା ଆସନ ସହ ଏହା ଅଧିନରେ ଥିବା ୩୫ ବିଧାନସଭା ଆସନରେ ମତଦାନ ହେବ । କନ୍ଧମାଳ ଜିଲ୍ଲା ମାଓ ପ୍ରବଣ ହୋଇଥିବାରୁ ଏଠାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏହା ସତ୍ବେ ପୋଲିଂ ପାର୍ଟି ଗାଡି ଉପରେ ହମଲା କରିଛନ୍ତି ମାଓବାଦୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.