ମାଓବାଦୀଙ୍କ ବିସ୍ଫୋରଣ ଯୋଜନା ପଣ୍ଡ, ୩ ଟିଫିନ୍ ବୋମା ଜବତ

Published By : Prameya-News7 Bureau | June 13, 2021 IST

ମାଲକାନଗିରି, ୧୩/୦୬ : ମାଓବାଦୀଙ୍କ ବିସ୍ଫୋରଣ ଯୋଜନା ପଣ୍ଡ । ସୀମାନ୍ତରେ ସର୍ଚ୍ଚ ଅପରେସନ ବେଳେ ମାଲକାନଗିରି ଜିଲ୍ଲାରୁ ଟିଫିନ୍ ବୋମା ଜବତ ହୋଇଛି ।

ସୂଚନାନୁସାରେ, ରବିବାର ମାଲକାନଗିରି ସୀମାନ୍ତରେ ସର୍ଚ୍ଚ ଅପରେସନ ଚାଲିଥିଲା । ଏହି ସମୟରେ ବିଏସଏଫ ଏବଂ ଓଡିଶା ପୋଲିସ ଦ୍ୱାରା ୩ ଟି ଟିଫିନ୍ ବୋମା ଉଦ୍ଧାର ହୋଇଛି ।  ମାଲକାନଗିରିର ସ୍ୱାଭିମାନ ଆଞ୍ଚଲର ମାଣ୍ଡାପାଲ୍ଲି ଅଞ୍ଚଳରୁ ୩ଟି  ଆଇଏଲଡି ଏବଂ ବିସ୍ଫୋରକ ଉଦ୍ଧାର କରାଯାଇଛି। ଏହି ସବୁ ବୋମାକୁ କୌଣସି ବଡ ବିସ୍ଫେରାଣରେ ଲାଲ୍ ବାହିନୀ ବ୍ୟବହାର କରିଥାନ୍ତା । ତେବେ ଯବାନମାନେ ମାଓବାଦୀଙ୍କ ବିସ୍ଫୋରଣ ଯୋଜନା ପଣ୍ଡ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.