Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

ମାଓବାଦୀଙ୍କ ଲଙ୍କାକାଣ୍ଡ : ରାସ୍ତାକାମକୁ ବିରୋଧ ଜାଳିଦେଲେ ଗାଡି-ଟ୍ରାକ୍ଟର-ଜେସିବି

7/06/2020 at 8:00 AM

ମାଲକାନଗିରି ୦୭।୦୬:  ତାତିଲେ ପୁଣି ମାଓବାଦୀ । ମାଲକାନଗିରି ଆନ୍ଧ୍ରପ୍ରଦେଶ ସୀମାନ୍ତରେ ମାଓବାଦୀଙ୍କ ହିଂସାକାଣ୍ଡ  ଦେଖାଦେଇଛି । ରାସ୍ତା କାମକୁ ବିରୋଧ କରି ପୋଡି ଦେଲେ ୧୦ଟି ଗାଡି ୨ଟି ଟ୍ରାକ୍ଟର , ୨ଟି ଟ୍ରକ, ୨ଟି ଜେସିବି ଓ କିଛି ମିକ୍ସର ମେସିନ । ଇଷ୍ଟ ଗୋଦାବରୀ ଜିଲ୍ଲା ଚିନ୍ତୁର ଥାନାର ଭେଙ୍କେଟାପୁରମ ଗାଁରେ ଚାଲିଥିଲା ରାସ୍ତା କାମ ।

ସୂଚନାଯୋଗ୍ୟ ଯେ, ଇଷ୍ଟ ଗୋଦାବରୀ ଜିଲ୍ଲାର ଭେଙ୍କେଚାପୁରମ୍‌ ଗାଁରେ ରାସ୍ତା କାମ ଚାଲିଥିବା ବେଳେ ଏହାକୁ ମାଓବାଦୀମାନେ ବିରୋଧ କରୁଥିଲେ । କିନ୍ତୁ ପୋଲିସର ସୁରକ୍ଷା ବଳୟରେ ରାସ୍ତା କାମ ଆଗେଇ ଚାଲିଥିଲା ।

 ଗତକାଲି ରାତିରେ ପ୍ରାୟ ୧୫ ଜଣ ସଶସ୍ତ୍ର  ମାଓବାଦୀ ଠିକା କମ୍ପାନୀ ନିକଟରେ ପହଞ୍ଚି ଗାଡି ଗୁଡିକରେ ନିଆଁ ଲଗାଇଥିଲେ । ମାଓବାଦୀମାନେ ବିସ୍ଫୋରଣ କରି ଉଡାଇ ଗାଡି ଓ କ୍ୟାମ୍ପ ନଷ୍ଟ କରିଦେଇଛନ୍ତି । ଘଟଣା ପରେ ନକ୍ସଲ ମାନେ ଘଟଣା ସ୍ଥଳରେ ଅନେକ ଧମକ ପୂର୍ଣ ପୋଷ୍ଟର ଲଗାଇଛନ୍ତି ।

   Related Posts