ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ, ଜଣେ ହାର୍ଡକୋର ମାଓନେତ୍ରୀ ନିହତ

Published By : Prameya-News7 Bureau | May 31, 2021 IST

ମାଲକାନଗିରି ୩୧।୦୫: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲାରେ ପୋଲିସ-ମାଓବାଦୀ ଗୁଳିବିନିମୟ । ଜଣେ ହାର୍ଡଖୋର ମହିଳା ମାଓନେତ୍ରୀ ମୃତ । ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ। ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି ।

ଖବର ଅନୁଯାୟୀ, ଦାନ୍ତେୱାଡା ଜିଲ୍ଲାର ଗିଦାମ ଥାନା ଅଞ୍ଚଳରେ ମାଓ କ୍ୟାମ୍ପ ଚାଲିଥିଲା । ଗୁଇନ୍ଦା ସୂଚନା ମିଳିବା ପରେ ଡିଆରଜି  ଓ ସିଆରପିଏଫ ବାହିନୀ ପକ୍ଷରୁ ମିଳିତ ଭାବେ କୁମ୍ବିଂ ଅପରେସନ ଆରମ୍ଭ କରାଯାଇଥିଲା । ଯବାନଙ୍କୁ ଆସିବା ଦେଖି ମାଓବାଦୀ ମାନେ ପ୍ରଥମେ ଗୁଳି ଚାଳନା କରିବାରୁ ଯବାନ ମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ । ଉଭୟ ପକ୍ଷ ମଧ୍ୟରେ ଅଧ ଘଂଟାରୁ ଅଧିକ ସମୟ ଧରି ଗୁଳିବିନିମୟ ହେବା ପରେ ମାଓବାଦୀ ମାନେ ଘଟଣାସ୍ଥଳ ଛାଡି ପଳାୟନ କରିଥିଲେ ।

ଏହାର କିଛି ସମୟ ପରେ ଯବାନ ମାନେ ଘଟଣାସ୍ଥଳକୁ ସର୍ଚ୍ଚ କରିବାରୁ ଜଣେ ହାର୍ଡକୋର ମାଓନେତ୍ରୀଙ୍କ ଶବ ଜବତ କରିଥିବା ବେଳେ ସେ ପିଏଲଜିଏ ପ୍ଲାଟୁନ ନମ୍ବର16 ର ସଦସ୍ୟ ଓ ତାଙ୍କ ନାମ ୱାଇକେ  ପୋକ୍କ  ବୋଲି ଜଣାପଡିଛି । ନିହତ ମାଓନେତ୍ରୀଙ୍କୁ ଗିରଫ କରିବା ଲାଗି ସରକାର ପୂର୍ବରୁ ୨ ଲକ୍ଷ ଟଙ୍କାର ଅର୍ଥ ରାଶି ଘୋଷଣା କରିଥିବା ଦାନ୍ତେୱାଡା ଏସପି ଅଭିଶେଖ ପଲ୍ଲଭ ସୂଚନା ଦେଇଛନ୍ତି । ଏହା ସହ ସେହି ଅଞ୍ଚଳରେ ବର୍ତ୍ତମାନ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଥିବା ଏସପି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.