ରକ୍ତମୁଖା ଲାଲବାହିନୀ
21/06/2018 at 6:00 AM

ପୁଣି ରକ୍ତମୁଖା ଲାଲବାହିନୀ । ମାଲକାନଗିରି କାଲିମେଳାରେ ଜଣଙ୍କୁ ଗୁଳି କରି ହତ୍ୟା । ମୃତକ ହେଲେ ସୁଦାଖୁଣ୍ଟା ଗାଁର ଗଙ୍ଗା ମାଡକାମୀ । ଘରେ ଶୋଇଥିବାବେଳେ ଗାଁ ପାଖ ମଶାଣୀକୁ ଡାକି ନେଇ ପେଟ ଓ କାନକୁ ଗୁଳିକରି ହତ୍ୟା କରିଛନ୍ତି ମାଓବାଦୀ । ପୋଲିସ ଇନଫର୍ମର ସନ୍ଦେହରେ ଗଙ୍ଗାକୁ ହତ୍ୟା କରିଥିବା ନେଇ ଘଟଣାସ୍ଥଳରେ ଛାଡିଯାଇଥିବା ଚିଠିରେ ଉଲ୍ଲ୍କେଖ ରହିଛି । ୧୫ରୁ ୨୦ ସଶସ୍ତ୍ର ମାଓବାଦୀ ଆସିଥିବା ସୂଚନା ମିଳିଛି ।