Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

କମ୍ବିଂ ଅପରେସନ ବେଳେ ମାଓବାଦୀଙ୍କ ସହିଦ ସ୍ତମ୍ଭ ଭାଙ୍ଗିଲେ ଜବାନ

28/07/2021 at 3:07 PM

ମାଲକାନଗିରି ୨୮।୦୭: ମାଓବାଦୀମାନେ ଆଜିଠାରୁ ଆସନ୍ତା ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ କରୁଛନ୍ତି । ତେବେ ଏହି ସହିଦ ସପ୍ତାହରେ ନକ୍ସଲଙ୍କ ସହିଦ ସ୍ତମ୍ଭ ଭାଙ୍ଗିଲେ ସୁରକ୍ଷା କର୍ମୀ । ମାଲକାନଗିରି ଛତିଶଗଡ ସିମାନ୍ତ ଦନ୍ତେୱାଡା ଜିଲ୍ଲାର ଅରନପୁର ଥାନା ଅନ୍ତର୍ଗତ ଚିରମୁଲପଡା ଗାଁରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ସହିଦ ସପ୍ତାହ ବେଳେ ନକ୍ସଲ ମାନେ ବଡ ଧରଣର ହିଂସା କାଣ୍ଡ ଘଟାଇବା ଲାଗି ଧମକ ଦେଇଛନ୍ତି । ଯାହା ପରେ ଦନ୍ତେୱାଡା ଜିଲ୍ଲାରେ ଡିଆରଜି ବାହିନୀ ପକ୍ଷରୁ କୁମିଂ ଅପରେସନ ଆରମ୍ଭ ହୋଇଛି । ସୁରକ୍ଷାକର୍ମୀ ମାନେ ଅପରେସନ ଯାଉଥିବା ବେଳେ ଜଙ୍ଗଲ ରାସ୍ତାରେ ମାଓବାଦୀଙ୍କ ଏହି ସ୍ମାରକ ଦେଖିବାକୁ ପାଇଥିଲେ ପରେ ଏହାକୁ ଯବାନ ମାନେ ଭାଙ୍ଗି ଦେଇଛନ୍ତି । ସମସ୍ତ ମାଓ ପ୍ରବଣ ଜିଲ୍ଲାମାନଙ୍କରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସମ୍ବେଦନଶୀଳ ସ୍ଥାନମାନଙ୍କରେ ଚେକିଂକୁ ଜୋରଦାର କରାଯାଉଛି ।

   Related Posts