ପୋଲ ନିର୍ମାଣରେ ନିୟୋଜିତ ଜବାନଙ୍କୁ ଟାର୍ଗେଟ କଲେ ସଶସ୍ତ୍ର ମାଓବାଦୀ, ଜଣେ ଜବାନ ଗୁରୁତର

Published By : Prameya-News7 Bureau | October 08, 2021 IST


ମାଲକାନଗିରି, ୦୮/୧୦: ମାଲକାନଗିରି ଛତିଶଗଡ ସିମାନ୍ତ ନାରାୟଣପୁର ଜିଲ୍ଲାରେ ଜବାନଙ୍କୁ ଟାର୍ଗେଟ କଲେ ସଶସ୍ତ୍ର ମାଓବାଦୀ । କୋହକାମେଟା ଇଲାକାରେ ଏକ ପୋଲ ନିର୍ମାଣ କାର୍ଯ୍ୟରେ ଜବାନମାନେ ସୁରକ୍ଷା ଦାୟିତ୍ୱରେ ଥିବା ବେଳେ ଜବାନଙ୍କ ଉପରେ ମାଓବାଦୀ ଗୁଳି ଚାଳନା କରିିଛନ୍ତି । ମାଓବାଦୀଙ୍କ ଗୁଳିରେ ଜଣେ ଆଇଟିବିପିର ଜବାନ ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କୁ ନାରାୟଣପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ନକ୍ସଲ ପନ୍ଥିଙ୍କୁ ପାଲଟା ଜବାବ ଦେଉଛନ୍ତି ସୁରକ୍ଷା କର୍ମୀ । ଜଙ୍ଗଲକୁ ଘେରି କମ୍ୱିଂ ଅପରେସନ ଆରମ୍ଭ କରିଛନ୍ତି ଆଇଟିବିପି ଜବାନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.