Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଭୁଶୁଡୁଛି ଲାଲ୍‌ ଗଡ଼, ଆତ୍ମସମର୍ପଣ କଲେ ୨୪ ମାଓବାଦୀ

29/09/2021 at 10:51 AM

ମାଲକାନଗିରି ୨୯।୦୯: ଭୁଶୁଡୁଛି ଲାଲ୍ ଗଡ। ମାଲକାନଗିରି ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାରେ ୨୪ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ । ଏମାନଙ୍କ ମଧ୍ୟରେ ୭ ଜଣ ମହିଳା ମାଓବାଦୀ ରହିଥିବା ଜଣାପଡିଛି । କିସ୍ତାରାମ ଠାରେ ଥିବା ସିଆରପିଏଫର ୨୧୨ କୋବ୍ରା ବାଟାଲିଆନ ନିକଟରେ ଆତ୍ମସମର୍ପଣ କରିଛନ୍ତି ଏହି ୨୪ ଜଣ ମାଓବାଦୀ । ବସ୍ତର ଆଇଜି ସୁନ୍ଦରରାଜ ପି, ସୁକୁମା ଏସପି ସୁନିଲ ଶର୍ମା ଓ ସିଆରପିଏଫ କମାଣ୍ଡେଣ୍ଟ ଜେପି ବତାଇଙ୍କ ଉପସ୍ଥିତିରେ ଏହି ମାଓବାଦୀ ମାନେ ଆତ୍ମସମର୍ପଣ କରିଛନ୍ତି ।

ଖବର ଅନୁଯାୟୀ,  ନିଜର ସ୍ଥିତି ବଜାଇ ରଖିବା ଲାଗି ବସ୍ତର ଅଞ୍ଚଳରେ ଏବେ ମାଓବାଦୀ ମାନେ ଆଦିବାସୀ ଲୋକଙ୍କ ଉପରେ ଅତ୍ୟାଚାର ଓ ଜୁଲମ୍ କରୁଥିବାରୁ ଏମାନେ ମାଓ ସଂଗଠନ ଛାଡି ପୋଲିସ ପାଖରେ ଆତ୍ମସମର୍ପଣ କରିଥିବା କହିଛନ୍ତି । ଶତାଧିକ ଗାଁ ଲୋକଙ୍କ ସହ ଏମାନେ ସିଆରପିଏଫ କ୍ୟାମ୍ପରେ ପହଞ୍ଚିବା ପରେ ସେଠାରେ ଜବାନ ମାନେ ପ୍ରଥମେ ଆଦିବାସୀ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ଏହା ପରେ ସେମାନଙ୍କୁ ଖାଇବା ପିଇବା ଦେଇ ଉତ୍ତମ ବ୍ୟବହାର କରିଥିଲେ । ଏମାନଙ୍କୁ ଦେଖି ଅନ୍ୟ ନକ୍ସଲ ପନ୍ଥି ମାନେ ମଧ୍ୟ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହେବେ ବୋଲି ପୋଲିସ ଆଶା ରଖିଛି ।

   Related Posts