Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ, ବହୁ ହିଂସାରେ ଥିଲେ ସାମିଲ

10/10/2021 at 12:21 PM

ଫୁଲବାଣୀ ୧୦।୧୦ : ଏସ୍‌ପିଙ୍କ ନିକଟରେ ମାଓବାଦୀର ଆତ୍ମସମର୍ପଣ । କନ୍ଧମାଳ ଏସ୍‌ପିଙ୍କ ନିକଟରେ ବିଜିଏନ୍‌ ଡିଭିଜନର ମାଓବାଦୀ ରାହୁଲ ମୂଷାକି (ପିଣ୍ଟୁ) ଆତ୍ମସମର୍ପଣ କରିଛି । ବହୁ ହିଂସାରେ ରାହୁଲ ସାମିଲ ଥିବା ସୂଚନା ମିଳିଛି ।

ଖବର ଅନୁଯାୟୀ, ରାହୁଲ ମୂଷାକିର ଘର ଛତ୍ତିଶଗଡ଼ ସୁକୁମା ଜ଼ିଲ୍ଲାର ଜେଗୁରୁମୁଣ୍ଡା  ପଞ୍ଚାୟତ ତଳଟ ଗ୍ରାମରେ l ୨୦୧୫ ରୁ ରାହୁଲ ମାଓ ସଂଗଠନ ରେ ମିଶି କାର୍ଯ୍ୟ କରିଆସୁଥିଲା ବୋଲି କହିଛି l ତେବେ ରାଜ୍ୟ ସରକାର ଙ୍କ ବିଭିନ୍ନ ଉନୟନ୍ନ ମୂଳକ କାର୍ଯ୍ୟରେ ପ୍ରଭାବିତ ହୋଇ ମାଓ ସଂଗଠନ ଛାଡି ସମାଜ ର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ମନସ୍ଥ କରିଥିଲେ । ଆଜି ରାହୁଲ ଏସ୍‌ପିଙ୍କ ନିକଟରେ ଆତ୍ମ ସମର୍ପଣ କରିଛନ୍ତି l

ସେହିପରି ମୁଖ୍ୟମନ୍ତ୍ରୀଙ୍କ ମାଓବାଦୀଙ୍କୁ ହିଂସା ଛାଡି ଆତ୍ମସମର୍ପଣ କରି  ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାପାଇଁ  ଅପିଲ କରିବା ପରେ ଆତ୍ମ ସମର୍ପଣ କରିଥିବା କଥା ଏସପି କହିଛନ୍ତି l ତେବେ କନ୍ଧମାଳ ପୋଲିସର ରୀତିମତ କମ୍ବିଂ ଅପରେସନ ଲାଗି ମାଓ ସଂଗଠନ ଦୁର୍ବଳ ହେବାରେ ଲାଗିଛି । ଯାହାଫଳରେ ଏବେ ମାଓବାଦୀମାନେ ଆତ୍ମସମର୍ପଣ କରୁଛନ୍ତି ।

   Related Posts