ମାଓବାଦୀଙ୍କ କବଳରେ ବନ୍ଧା ପଡିଛନ୍ତି ଇଞ୍ଜିନିୟର ସ୍ୱାମୀ, ଛୁଆକୁ କୋଳରେ ଧରି ଜଙ୍ଗଲରୁ ଜଙ୍ଗଲ ବୁଲୁଛନ୍ତି ସ୍ତ୍ରୀ

Published By : Prameya-News7 Bureau | November 14, 2021 IST

ମାଲକାନାଗିରି ୧୪।୧୧: ମାଓବାଦୀଙ୍କ କବଳରେ ବନ୍ଧା ପଡିଛନ୍ତି ଇଞ୍ଜିନିଅର ସ୍ବାମୀ । ଆଉ ସେପଟେ ତାଙ୍କ ଜୀବନ ବଞ୍ଚାଇବା ଲାଗି ତିନି ବର୍ଷର ଶିଶୁ ପୁତ୍ରକୁ କୋଳରେ ଧରି ଗୋଟିଏ ଜଙ୍ଗଲରୁ ଆଉ ଗୋଟିଏ ଜଙ୍ଗଲ ଘୁରି ବୁଲୁଛନ୍ତି ସ୍ତ୍ରୀ । ଏମିତି କିଛି ହୃଦୟ ବିଦାରକ ଚିତ୍ର ଦେଖିବାକୁ ମିଳିଛି ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ।

ଖବର ଅନୁଯାୟୀ, ଗତ ଗୁରୁବାର ଦିନ ବିଜାପୁର ଜିଲ୍ଲାରେ ନିର୍ମାଣଧୀନ ଏକ ପ୍ରଧାନମନ୍ତ୍ରୀ ସଡକ ଯୋଜନାର  କାର୍ଯ୍ୟ ତଦାରଖ କରିବାକୁ ଯାଇଥିଲେ ସବ ଇଞ୍ଜିନିୟର ଅଜୟ ରୋଷନ ଲାକ୍ରା ଓ ତାଙ୍କ ସହଯୋଗୀ ଲକ୍ଷ୍ମଣ ପ୍ରତୁଗିରି । ବିଜାପୁର ଜିଲ୍ଲାର ମନକେଲି ଅଞ୍ଚଳକୁ ଯାଇଥିବା ବେଳେ ୨୦ ରୁ ୨୫ ଜଣ ସଶସ୍ତ୍ର ମାଓବାଦୀ ସେମାନଙ୍କୁ ଅପହରଣ କରି ନେଇଥିଲେ । ହେଲେ ଗତକାଲି ସବ ଇଞ୍ଜିନିୟର ଅଜୟ ରୋଷନ ଲାକ୍ରାଙ୍କ ସହଯୋଗୀ ଲକ୍ଷ୍ମଣ ପ୍ରତୁଗିରିଙ୍କୁ ମାଓବାଦି ମାନେ ଛାଡି ଦେଇଛନ୍ତି । ବିଜାପୁର ପହଞ୍ଚି ପୋଲିସ ପାଖରେ ସମସ୍ତ କଥା କହିଥିଲେ ଲକ୍ଷ୍ମଣ ।

wp:html /wp:html

ତେବେ  ଗତ ତିନି ଦିନ ଧରି ନିଜ ସ୍ଵାମୀଙ୍କ  ଫେରିବା ବାଟକୁ ଚାହିଁ ରହିଥିବା ସ୍ତ୍ରୀ ନିଜ ସ୍ବାମୀଙ୍କ ଜୀବନ ବଞ୍ଚାଇବା ଲାଗି ବିଜାପୁର ଏସପି କୋମଳନାଥ କାଶ୍ୟବଙ୍କୁ  ଅନୁରୋଧ କରିଥିଲେ। ହେଲେ ପୋଲିସର ଚେଷ୍ଟା ବିଫଳ ହେଉଥିବା ଦେଖି ଅଜୟଙ୍କ ସ୍ତ୍ରୀ ଗଣମାଧ୍ୟମ ଜରିଆରେ ନିଜ ସ୍ଵାମୀଙ୍କୁ ଛାଡି ଦେବା ଲାଗି ମାଓବାଦୀଙ୍କୁ ଅନୁରୋଧ କରିଛନ୍ତି । ତେବେ ଏଥିରେ ମଧ୍ୟ କିଛି ସୁଫଳ ନମିଳିବାରୁ ମାଓବାଦିଙ୍କ କବଳରୁ ନିଜ ସ୍ଵାମୀଙ୍କୁ ମୁକଳାଇବା ଲାଗି ମନକେଲି ଜଙ୍ଗଲ ମୁହାଁ ହୋଇଛନ୍ତି ସେ । କେତେ ବେଳେ ମୋଟର ସାଇକେଲ ତୋ କେତେ ବେଳେ ନିଜ ଛୁଆଁ କୁ କୋଳରେ ଧରି ଜଙ୍ଗଲ ଭିତରେ ଯାଉଥିବା ଦୃଶ୍ୟ ସାମନାକୁ ଆସିଛି । ଅନ୍ୟ ପଟେ ବିଜାପୁର ଏସପି କୋମଳ ଲୋଚନ କାଶ୍ୟପ ମଧ୍ୟ ଅପହୃତ ସବ ଇଞ୍ଜିନିୟରଙ୍କୁ ମାଓ କବଳରୁ ମୁକଳାଇବା ଲାଗି ଚେଷ୍ଟା ଜାରି ରଖିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.