Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||
  • ସୋର : ରୂପା ରାଧାକୃଷ୍ଣ ମୂର୍ତ୍ତି ନେଇଗଲେ ଚୋର, ସୁନା-ରୂପା ଅଳଙ୍କାର ବି ଲୁଟ୍
  • ||
  • କଟକ : କୁମ୍ଭମେଳା ଫେରନ୍ତା ୧୩ଜଣ କରୋନା ପଜିଟିଭ୍, ରେଳ ଯାତ୍ରୀଙ୍କ ରିପୋର୍ଟ ଯାଞ୍ଚ କଡାକଡି
  • ||
  • ଆଠମଲ୍ଲିକ : ଜଳ ପ୍ରକଳ୍ପ ସ୍ଥାନାନ୍ତର ପ୍ରତିବାଦ, ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ
  • ||
  • ପୁରୀ : ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||
  • ମାଲକାନଗିରି : ପୋଲିସ-ନକ୍ସଲ ଗୁଳିବିନମୟ : ଜଣେ ନିହତ, ମୁଣ୍ଡ ଉପରେ ୫ଲକ୍ଷ ଟଙ୍କାର ପୁରସ୍କାର
  • ||
  • ତେଲକୋଇ : ମହୁଲ ବୋଝେଇ ମିନିଟ୍ରକ୍ ଜବତ, ଜଣେ ଅଟକ
  • ||
  • ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||

ଲାଲ୍ ବାହିନୀ ରକ୍ତମୁଖା : ପୁଅ ପୋଲିସ ପାଖରେ ଆତ୍ମସମର୍ପଣ କଲା, ବାପାର ଗଳା କାଟିଦେଲେ ନକ୍ସଲ

26/02/2021 at 3:08 PM

ମାଲକାନଗିରି ୨୬।୨: ଟାର୍ଗେଟ୍ ରେ ଏବେ ଆତ୍ମସମର୍ପଣ କରୁଥିବା ମାଓବାଦୀଙ୍କ ପରିବାର । ଅସ୍ତ୍ର ଛାଡି ଘରକୁ ବାହୁଡୁଥିବା ମାଓବାଦୀଙ୍କ ପରିବାର ଲୋକଙ୍କୁ ଦଣ୍ଡ ଦେଉଛନ୍ତି ମାଓ ସଂଗଠନ । ପୁଅ ଆତ୍ମସମର୍ପଣ କଲା ବୋଲି ବାପାଙ୍କ ଗଳାକାଟି ହତ୍ୟା କଲେ ମାଓବାଦୀ । ଏଭଳି ଘଟଣା ଘଟିଛି ମାଲକାନଗିରି ସୀମାନ୍ତ ଛତିଶଗଡ ଦାନ୍ତେଓ୍ବାଡା ଜିଲ୍ଲାରେ ।  

ସୂଚନାଯୋଗ୍ୟ ଯେ, ଗତ୨୦୨୦ ମସିହା ଜୁଲାଇ ମାସରେ ପୁଅ ଯୋଗା କବାସୀ ମାଓ ସଂଗଠନରୁ ଅତିଷ୍ଠ ହୋଇ ଆତ୍ମସମର୍ପଣ କରିଥିଲେ ।  ମାଓବାଦୀମାନେ ପ୍ରତିଶୋଧ ପରାୟଣ ହୋଇ କଟେକଲ୍ୟାଣ କ୍ଷେତ୍ର ଅନ୍ତର୍ଗତ ମଡ୍ ଗେଦମ୍ ଗ୍ରାମର ଯୋଗାଙ୍କ ବାପା ଲକ୍ଷ୍ମା କବାସୀଙ୍କୁ ଗତ ମଙ୍ଗଳବାର ରାତି ଅଧରେ ଘରୁ ଉଠାଇ ନେଇଥିଲେ । ଏନେଇ କଟେକଲ୍ୟଣ ଥାନାରେ ଏତଲା ହେବା ପରେ ପୋଲିସ ଯାଞ୍ଚ ଆରମ୍ଭ କରିଥିଲା।  ଗୁରୁବାର ସନ୍ଧ୍ୟା ସମୟରେ ଗ୍ରାମ ନିକଟ ଜଙ୍ଗଲରେ ମାଟି ତଳେ ଶବ ଠାବ କରିଥିଲା ପୋଲିସ ।  ତଦନ୍ତରୁ ଲକ୍ଷ୍ମାଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ଜଣାପଡିଛି । ଏହା ସହିତ ମୃତଦେହ ନିକଟରେ ସିପିଆଇ ମାଓ ସଂଗଠନ ଏକ ଚିଠି ମଧ୍ୟ ଜବତ କରିଛି ପୋଲିସ । ଚିଠିରେ ଲେଖାଅଛି ‘ସଂଗଠନ ଛାଡ଼ି ଆତ୍ମସମର୍ପଣ କରୁଥିବା ଗଦ୍ଦାରଙ୍କ ପରିବାର ସଦସ୍ୟଙ୍କୁ ଜନ ଅଦାଲତରେ ଦଣ୍ଡିତ କରାଯିବ’ ସିପିଆଇ ମାଓ ସଂଗଠନ। ଏହି ଘଟଣା ପରେ ପ୍ରତିଦିନ ସଂଗଠନ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଉଥିବା ମାଓବାଦୀ ଏବଂ ତାଙ୍କ ପରିବାର ବର୍ଗଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି।

   Related Posts