ସ୍ବାଭିମାନ ଅଞ୍ଚଳରୁ ବିପୁଳ ପରିମାଣର ବିସ୍ଫୋରକ ଜବତ
22/12/2020 at 2:59 PM

ମାଲକାନଗିରି ୨୨।୧୨: ସ୍ବାଭିମାନ ଅଞ୍ଚଳରୁ ବିପୁଳ ବିସ୍ଫୋରକ ଜବତ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ସ୍ଵାଭିମାନ ଅଞ୍ଚଳରେ କମ୍ବିଂ ଅପରେସନ ବେଳେ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି ।
ଆଜି ସକାଳେ ଡିଭିଏଫ ଯବାନ ସ୍ଵାଭିମାନ ଅଞ୍ଚଳର ଆନ୍ଧ୍ର ଓଡିଶା ସୀମାନ୍ତରେ କମ୍ବିଂ ଅପରେସନ କରୁଥିବା ସମୟରେ ଗୁଇନ୍ଦା ସୂଚନା ପାଇ ବିପୁଳ ବିସ୍ଫୋରକ ଉଦ୍ଧାର କରିଛନ୍ତି । ବିସ୍ଫୋରକ ସମାଗ୍ରୀ ମଧ୍ୟରେ ରହିଛି ଦୁଇଟି ଆଇଇଡି, ୨୦କେଜିର କୋରଡେକ୍ସ କେବୁଲ, ୫୦ଟି ଇଲକ୍ଟ୍ରୋନିକ୍ସ ଡିଟୋନେଟର, ୭୦ଟି ଆଲୁମିନିୟମ ସୁପର ଡିଟୋନେଟର । ଯବାନ ଏବଂ ସାଧାରଣ ଲୋକଙ୍କୁ ଟାର୍ଗେଟ କରି ନକ୍ସଲ ଏହି ବିସ୍ଫୋରକ ସାମଗ୍ରୀ ଏଠାରେ ରଖିଥିବା ମାଲକାନଗିରି ଏସ.ପି. କହିଛନ୍ତି ।
Related Posts
ଦୋକାନ ଭିତରୁ ମିଳିଲା ଦୋକାନୀଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
23 January 2021
ପୁରୀ ଜିଲ୍ଲାରୁ ୮୦ ଗ୍ରାମ ବ୍ରାଉନସୁଗାର ଜବତ, ଦୁଇ ଗିରଫ
23 January 2021