Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ଆଉ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୧୫୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ପାରାଦୀପ : ନକଲି ସାର୍ଟିଫିକେଟ୍ ରାକେଟ୍‌ର ପର୍ଦ୍ଦାଫାଶ : ମେଡିକାଲ୍ ସାର୍ଟିଫିକେଟ୍ ତିଆରି ଅଭିଯୋଗରେ ଯୁବକ ଗିରଫ
  • ||

ଆଜିଠୁ ମାଓବାଦୀଙ୍କ ସହିଦ ସପ୍ତାହ, ମାଓ ପ୍ରବଣ ଜିଲ୍ଲାରେ ସୁରକ୍ଷା କଡାକଡି

28/07/2020 at 7:24 AM

ରାୟଗଡ଼ା ୨୮।୦୭ : ସିପିଆଇ ମାଓବାଦୀ ସଂଗଠନ ପକ୍ଷରୁ ଆଜି ଠାରୁ ଆରମ୍ଭ  ହୋଇଛି ମାଓବାଦୀ ସହିଦ ସପ୍ତାହ ଦିବଲ  । ମାଓ ସପ୍ତାହ ଆସନ୍ତା  ଅଗଷ୍ଟ  ୩ ତାରିଖ ପର୍ଯ୍ୟନ୍ତ  ପାଳନ କରିବେ ବିଭିନ୍ନ  ମାଓବାଦୀ ସଂଗଠନ । ବିଶେଷ ଭାବେ   ରାୟଗଡ଼ା ଜିଲ୍ଲାରେ ସକ୍ରିୟ ଥିବା ମାଓବାଦୀ  ସଂଗଠନର ବାସଧାରା-ଘୁମସୁର-ନାଗାବଳି ଡିଭିଜନାଲ କମିଟି ସହିଦ ସପ୍ତାହ ପାଳନ ପାଇଁ ଆହ୍ନାନ ଦେଇଛି । 

ମାଓବାଦୀଙ୍କ  ସହିଦ ସପ୍ତାହୁ ଜରରରେ ରଖି  ହିଂସାକାଣ୍ଡ, ପୋଡାଜଳା ସମ୍ଭାବନା ରହିଛି  । ତେଣୁ ପୁଲିସ ପକ୍ଷରୁ  ରାୟଗଡା ଜିଲ୍ଲାରେ  କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜିଲ୍ଲାର ମାଓ ପ୍ରବଣ କଲ୍ୟାଣସିଂହପୁର, କାଶୀପୁର, ଦୋରାଗୁଡ଼ା, ଆମ୍ବଦୋଳା, ମୁନିଗୁଡ଼ା, ଚନ୍ଦ୍ରପୁର, ବିଷମକଟକ ଓ ଗୁଡ଼ାରୀ ଥାନା ଅଂଚଳରେ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ।

ରାୟଗଡ଼ା ଜିଲ୍ଲାର  ସମସ୍ତ ସୀମାକୁ ସିଲ କରାଯିବା ସହ ଚେକିଂ ଓ ବ୍ଲକିଂ  ଜାରି ରହିଛି । ମୁଖ୍ୟତଃ ନିୟମଗିରି ଓ ବାସଙ୍ଗମାଳି ପାହାଡ଼ ମାଓବାଦୀଙ୍କ ଆଡ୍ଡାସ୍ଥଳୀ ହୋଇଥିବାରୁ  ସେଠାରେ   ଏସଓଜି, ବିଏସଏଫ ଓ ସିଆରପିଏଫ ଯବାନଙ୍କୁ ଉକ୍ତ  ଅଂଚଳକୁ ପଠାଯାଇଛି  । ଏହାସହ  ସୀମାନ୍ତ  କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତ ଅଂଚଳକୁ ପୁଲିସ ତରଫରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

   Related Posts