Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର
  • ||
  • ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆହାତ, ମନ୍ତ୍ରୀଙ୍କ କାର୍‌କୁ ପିଟିଲା ଟ୍ରାକ୍ଟର
  • ||
  • କମୁନି ସଂକ୍ରମଣ : ଆଜି ବି ଦେଶରେ ୪ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ, ୪୦୯୨ ମୃତ
  • ||
  • ଦନ୍ତାକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍, ଗୋଡରେ ଲାଗିଛି ଶକ୍ତ ଆଘାତ
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୧୮୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୬୩୫ ପଜିଟିଭ୍
  • ||
  • କମିଛି ତାତି, ୨ ଦିନ ପରେ ପୁଣି ବଢିବ ସୂର୍ଯ୍ୟଙ୍କ ପ୍ରକୋପ
  • ||

ରାସ୍ତା ପାର୍ଶ୍ବ ଗଛରୁ ମାଓ ପୋଷ୍ଟର ଉଦ୍ଧାର, କମ୍ବିଂ ଅପରେସନ ବନ୍ଦ ପାଇଁ ଚେତାବନୀ

3/11/2020 at 2:25 PM

କଳାହାଣ୍ଡି ୩।୧୧: କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ମାଣିକେରାଠାରୁ ମାଓ ପୋଷ୍ଟର ଉଦ୍ଧାର ହୋଇଛି । ରାସ୍ତା ପାର୍ଶ୍ବରେ ବିଭିନ୍ନ ଗଛରୁ ଏହି ପୋଷ୍ଟର ଉଦ୍ଧାର ହୋଇଛି । କେକେବିଏନ ଡିଭିଜନ ନାମ ଉଲ୍ଲେଖ ଥିବା ହାତ ଲେଖା ପୋଷ୍ଟର ଉଦ୍ଧାର କରାଯାଇଛି ।

ପୋଷ୍ଟରରେ ପ୍ରଜାକୋର୍ଟରେ ମୃତ୍ୟୁ ଦଣ୍ଡାଦେଶ ଚେତାବନୀ ଦିଆଯାଇଛି । ନିର୍ଦ୍ଧିଷ୍ଟ ୩ ଜଣ ସ୍ଥାନୀୟ ଲୋକଙ୍କୁ ପୋଲିସ ସୂଚନାଦାତା ଭାବରେ ମୃତ୍ୟୁ ଦଣ୍ଡାଦେଶ ଚେତାବନୀ ଦିଆଯାଇଛି । କଳାହାଣ୍ଡି-କନ୍ଧମାଳ ସୀମାନ୍ତରେ କୁମ୍ବିଂ ଅପରେସନ ବନ୍ଦ ପାଇଁ କଳାହାଣ୍ଡି ଆରକ୍ଷୀ ଅଧୀକ୍ଷକ ବାତୁଲା ଗଂଗାଧରଙ୍କ ନାଁ ଉଲ୍ଲେଖ ଥାଇ ଚେତାବନୀ ଦିଆଯାଇଛି । ପୋଲିସ ପୋଷ୍ଟର ଉଦ୍ଧାର କରି ତଦନ୍ତ ଜାରି ରଖିଛି ।

   Related Posts