ରାୟଗଡାରେ ମାଓ ପୋଷ୍ଟର, ‘ସରକାର ବିକାଶ ନାମରେ କରୁଛନ୍ତି ବିନାଶ’ ପୋଷ୍ଟରରେ ଉଲ୍ଲେଖ

Published By : Prameya-News7 Bureau | March 10, 2020 IST

ମୁନିଗୁଡା ୧୦।୩: ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ରଘୁବାରୀ ଅଞ୍ଚଳରେ ଲାଗିଛି ମାଓବାଦୀ ପୋଷ୍ଟର । ଗଛରେ ଲାଗିଥିବା ପୋଷ୍ଟରରେ ମାଓବାଦୀମାନେ ଉଲ୍ଲେଖ କରିଛନ୍ତି ଯେ, ସରକାର ବିକାଶ ନାମରେ ରାସ୍ତା ତିଆରି କରି ସାଧାରଣ ଲୋକଙ୍କ ବିନାଶ କରି ଚାଲିଛନ୍ତି ।

{"id":236037,"sizeSlug":"large"}

ବଜାର ହାଟକୁ ଯାଉଥିବା ସାଧାରଣ ଲୋକଙ୍କୁ ମାଓବାଦୀ ନାମରେ ଥାନାକୁ ନେଇ ମାଓବାଦୀ କେଶ୍ ରୁଜୁ କରୁଛନ୍ତି । କିଛି ସରକାରୀ କର୍ମଚାରୀ ପୋଲିସର ଇନଫର୍ମର ସାଜିଛନ୍ତି ସେମାନେ ଏଥିରୁ ଦୂରେଇ ରୁହନ୍ତୁ ଓ ସାଧାରଣ ଲୋକଙ୍କୁ ପୋଲିସର ଇନଫର୍ମର ସଜାଯାଇଛି । ଏହାକୁ ଆମେ ବିରୋଧ କରୁଛୁ ବୋଲି ଲେଖାଯାଇଛି । ଏହାକୁ ସିପିଆଇ ମାଓବାଦୀ କଳାହାଣ୍ଡି ଏରିଆ କମିଟି ତରଫରୁ ଲଗାଯାଇଥିବା ପୋଷ୍ଟରରେ ଉଲ୍ଲେଖ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.