Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ନୀଳଗିରି କଲେଜରେ ମାଓ ପୋଷ୍ଟର, ଛାତ୍ରଛାତ୍ରୀ ଆତଙ୍କିତ

13/08/2019 at 3:29 PM

ନୀଳଗିରି ୧୩|୮: ନୀଳଗିରି କଲେଜରେ ମାଓ ପୋଷ୍ଟର । ବାଲେଶ୍ଵର ଜିଲ୍ଲା ନୀଳଗିରି କଲେଜରେ ମାଓବାଦୀ ଲେଖାଥିବା ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଛି। କଲେଜ ନିର୍ବାଚନ ବାତିଲ କରି ଶିକ୍ଷାଦାନର ବାତାବରଣ ଓ ଅଧ୍ୟାପକ ରାଜନୀତିରୁ ଦୂରେଇବା ନହେଲେ ଆଗାମୀ ଦିନରେ ଚେତାବନୀ ଦେଇଥିବା ଲେଖାଥିବା ପୋଷ୍ଟର କଲେଜ କାନ୍ଥରେ ମରାଯାଇଛି । ଏନେଇ କଲେଜରେ ଛାତ୍ରଛାତ୍ରୀ ଆତଙ୍କିତ ହୋଇପଡିଛନ୍ତି।

କିଛିଦିନ ପୂର୍ବରୁ ଏକ ଘରୋଇ ଟ୍ୟୁଟୋରିଆଲ ପରିସରରେ ଜଣେ ଛାତ୍ରୀଙ୍କୁ ଦୁର୍ବ୍ୟବହାର ନେଇ କଲେଜରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ପରେ ଘଟଣା ଥାନରେ ପହଂଚି ସମାଧାନ ହୋଇଥିଲା। ପରେ ଆଜି ଏଭଳି ମାଓ ପୋଷ୍ଟର ମରାଯିବା ଘଟଣା କଲେଜ ପରିସରରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ତେବେ ନୀଳଗିରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

   Related Posts