Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ମୁନିଗୁଡା ଅଞ୍ଚଳରେ ଲାଗିଲା ମାଓ ପୋଷ୍ଟର, ମମିତା ମେହେର ହତ୍ୟାକାରୀଙ୍କୁ କଠୋର ଦଣ୍ଡ ଦେବାକୁ ଉଲ୍ଲେଖ

26/10/2021 at 3:50 PM

ମୁନିଗୁଡା ୨୬।୧୦: ରାୟଗଡାରେ ପୁଣି ଲାଗିଲା ମାଓ ପୋଷ୍ଟର । ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ କୁମୁଡାବାଲି ଶିବ ମନ୍ଦିରକୁ ଯିବା ରାସ୍ତାରେ ଥିବା ଯାତ୍ରୀ ପ୍ରତୀକ୍ଷାଳୟ ସମ୍ମୁଖରେ ଓ ଆମ୍ବ ଗଛରେ  ୫ଟି ମାଓ ପୋଷ୍ଟର ଲାଗିଥିବା ଦେଖାଯାଇଛି । ଉକ୍ତ ମାଓ ପୋଷ୍ଟରରେ ରାଜ୍ୟରେ ମହିଳାମାନଙ୍କୁ ସୁରକ୍ଷା ଦେବାରେ ବିଫଳ ମମିତା ହତ୍ୟାକାରୀ ନବୀନ ସରକାର । ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ।

ମମିତାଙ୍କ ହତ୍ୟା ପଛରେ ହାତ ଥିବା ଉଚ୍ଚ ସ୍ତରର ଅଫିସର, ରାଜନେତା ଓ ପୋଲିସ ବଳକୁ କଠୋର ଦଣ୍ଡ ଦିଆଯାଉ ଓ ମମିତ ମେହେରଙ୍କୁ ହତ୍ୟା କରାଯାଇଥିବାରୁ ସମ୍ପର୍କୀୟ ଜଣଙ୍କୁ ଚାକିରୀ ସହ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉ ବୋଲି ଉଲ୍ଲେଖ ଅଛି । ଏହି ମାଓ ପୋଷ୍ଟର ସିପିଆଇ ମାଓବାଦୀ ବଂଶଧାରା ଘୁମୁସୁରା ନାଗାବଳୀ ଡିଭିଜିନାଲ କମିଟି ତରଫରୁ ଲେଖାଯାଇଥିବା ଜଣାପଡିଛି । ତେବେ ଏହି ମାଓ ପୋଷ୍ଟର ଅସଲି କି ନକଲି ତାହା ଜଣାପଡିନଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାଓ ପୋଷ୍ଟର ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଥିବା ଏସଡ଼ିପିଓ ଆକାଶ ଚନ୍ଦ୍ର ସାହୁ ପ୍ରକାଶ କରିଛନ୍ତି ।

   Related Posts