କୋଟଗଡ ଅଞ୍ଚଳରେ ଲାଗିଲା ମାଓବାଦୀଙ୍କ ପୋଷ୍ଟର ଓ ବ୍ୟାନର

Published By : Prameya-News7 Bureau | December 18, 2019 IST

ବାଲିଗୁଡା ୧୮।୧୨: କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅନ୍ତର୍ଗତ ଦୁର୍ଗାପାଙ୍ଗା ପଞ୍ଚାୟତର ଗେଟାବାଲି ଛକରେ ମାଓବାଦୀଙ୍କ ପୋଷ୍ଟର ଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି । ବହୁ ଦିନର ବ୍ୟବଧାନ ପରେ ପୁଣି କୋଟଗଡ଼ ଥାନା ଅଞ୍ଚଳରେ ପୋଷ୍ଟର ଲଗାଇ ନିଜର ଉପସ୍ଥିତି ଜାହିର କରି କରିଛନ୍ତି ମାଓବାଦୀ । ସିପିଆଇ ମାଓବାଦୀ ବାଘୁନା ଡିଭିଜନ ପକ୍ଷରୁ ଏହି ପୋଷ୍ଟର ଓ ବ୍ୟାନର ଲଗାଯାଇଛି।

{"id":199284,"sizeSlug":"large"}

ପୋଷ୍ଟରରେ ନାଗରିକ ସଂଶୋଧନ ଆଇନକୁ ବିରୋଧ ଓ ସିଆରପିଏଫ ପୋଲିସର ଅପରେସନକୁ ବିରୋଧ କରାଯାଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି। କୋଟଗଡ଼ ବ୍ଲକରେ ବିଡିଓ ସ୍ଥାନୀୟ ଅଞ୍ଚଳର ହାତଗଣତି ଠିକାଦାରଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେଇ ଆଦିବାସୀ ଓ ଦଳିତମାନଙ୍କୁ ଶୋଷଣ କରାଯାଉଛି। ଆଗାମୀ ଦିନରେ ଏହିଭଳି ଶୋଷଣ ଜାରି ରହିଲେ ପ୍ରଜାକୋର୍ଟରେ ଦଣ୍ଡ ଦେବାକୁ ଚେତାବନୀ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.