କଳାହାଣ୍ଡିରେ ଲାଗିଲା ମାଓ ପୋଷ୍ଟର ଓ ବ୍ୟାନର, ପିଏଲଜିଏ ସପ୍ତାହ ପାଳନ ପାଇଁ ଆହ୍ବାନ

Published By : Prameya-News7 Bureau | November 27, 2020 IST

କଳାହାଣ୍ଡି ୨୭।୧୧: କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ତ୍ରିଲୋଚନପୁର ପଞ୍ଚାୟତରେ ଲାଗିଲା ମାଓ ପୋଷ୍ଟର ଓ ବ୍ୟାନର । ନିୟମଗିରି ଅଞ୍ଚଳରେ ରାସ୍ତା କାମକୁ ବିରୋଧ କରିବା ସହ ବଂଶଧାରା ଘୁମୁସୁର ନାଗାବଳୀ ଡିଭିଜନ ସଂଗଠନ ପକ୍ଷରୁ ୨ ତାରିଖରୁ ପିଏଲଜିଏ ସପ୍ତାହ ପାଳନ ପାଇଁ ମାଓବାଦୀମାନେ ପୋଷ୍ଟରରେ ନିବେଦନ କରିଛନ୍ତି ।

ନିୟମଗିରି ପାହାଡ ଅଞ୍ଚଳରେ ଯଦି ରାସ୍ତା କରାଯାଏ ଠିକାଦାରଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେବା ଲାଗି ଚେତାବନୀ ଦିଆଯାଇଛି । କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ପୋଷ୍ଟରରେ ବିରୋଧ କରାଯାଇଛି । ରାସ୍ତା ନିର୍ମାଣର ଉଦ୍ଦେଶ୍ୟରେ ରାଷ୍ଟ୍ରୀୟ କମ୍ପାନୀକୁ ନିୟମଗିରି ଟେକିଦେବା ପାଇଁ ଚକ୍ରାନ୍ତ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.