ସ୍ବାଭିମାନ ଅଞ୍ଚଳରେ ଲାଗିଲା ମାଓ ପୋଷ୍ଟର, ୪ ଗ୍ରାମବାସୀଙ୍କୁ ହତ୍ୟା କରିବା ନେଇ ପୋଷ୍ଟରରେ ଉଲ୍ଲେଖ
4/02/2020 at 9:14 AM

ଚିତ୍ରକୋଣ୍ଡା ୪।୨: ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ଲାଗିଛି ମାଓ ପୋଷ୍ଟର । ପୋଷ୍ଟରରେ ୪ ଜଣ ଗ୍ରାମବାସୀଙ୍କୁ ହତ୍ୟା କରିବା ନେଇ ଉଲ୍ଲେଖ ରହିଛି । ପୋଲିସ ସହ ସମ୍ପର୍କ ଛାଡ ନଚେତ୍ ମୃତ୍ୟୁ ନିଶ୍ଚିତ ବୋଲି ମାଓ ସଂଗଠନ ପକ୍ଷରୁ ଗାଁ ଗାଁରେ ପୋଷ୍ଟର ମାରିବା ସହ ଯାତ୍ରୀବାହୀ ଲଞ୍ଚରେ ମଧ୍ୟ ପୋଷ୍ଟର ମାରିଛନ୍ତି । ପୋଲିସ ସମ୍ପର୍କ ଛାଡି ସାଧାରଣ ଭାବରେ ଜୀବନଯାପନ କରନ୍ତୁ ବୋଲି ପୋଷ୍ଟର ମାଧ୍ୟମରେ ଚେତାବନୀ ଦେଇଛି ଲାଲ୍ ବାହିନୀ ।

ଯୋଡାମ୍ବୋଠାରୁ ପଣସ ପୁଟ ପଞ୍ଚାୟତର ବିଭିନ୍ନ ସ୍ଥାନରେ ଲଗାଇଛନ୍ତି ପୋଷ୍ଟର । ସ୍ବାଭିମାନ ଅଞ୍ଚଳର ବିକାଶକୁ ଆମେ ବିରୋଧ କରିନୁ ବୋଲି ପୋଷ୍ଟର ମାଧ୍ୟମରେ ଜଣାଇ ଛନ୍ତି ମାଓ ସଂଗଠନ । କିନ୍ତୁ ପୋଲିସ କ୍ୟାମ୍ପ୍ ପ୍ରତିଷ୍ଠା କରିବା ଦ୍ଵାରା ସ୍ବାଭିମାନ ଅଞ୍ଚଳର ବିକାଶ ହେବ ତାହା ସଂପୂର୍ଣ୍ଣ ଭୁଲ୍ ବୋଲି କହିଛନ୍ତି ମାଓବାଦୀ ।