ମୋବାଇଲ୍ରେ କଥା ହେଲେ ମୃତ୍ୟୁଦଣ୍ଡ ! ବିଚ୍ଛିନ୍ନାଞ୍ଚଳରେ ଲାଲ୍ ବାହିନୀର ଚେତାବନୀ ପୋଷ୍ଟର
12/12/2019 at 1:56 PM

ଚିତ୍ରକୋଣ୍ଡା ୧୨।୧୨: ବିଚ୍ଛିନ୍ନାଞ୍ଚଳରେ ମୋବାଇଲ ସେବା ବନ୍ଦ । ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ବିନା ଅନୁମତିରେ ମୋବାଇଲ ଧରିବା ମନା । ଏପରି ନିଷ୍ପତ୍ତି ନେଇଛନ୍ତି ମାଓ ସଂଗଠନ ।

ଜରୁରୀକାଳୀନ ପରିସ୍ଥିତିରେ ମୋବାଇଲରେ କଥା ହେବାର ଥିଲେ ସେ ବ୍ୟକ୍ତି ଜଣକଙ୍କୁ ପ୍ରଥମେ ଅନୁମତି ନେବାକୁ ପଡ଼ିବ । ଅନୁମତି ମିଳିଲା ପରେ ହିଁ ସେ ମୋବାଇଲରେ କଥା ହୋଇପାରିବେ । ଆଉ ଯଦି ଅନୁମତି ନ ଆଣି ମୋବାଇଲ ଧରିବେ ବା ମୋବାଇଲରେ କଥା ହେବେ ସେ ବ୍ୟକ୍ତିଙ୍କୁ ପ୍ରଜାକୋର୍ଟରେ ଦଣ୍ଡ ମିଳିବ ।

ମାଓ ସଂଗଠନ ନେଇଥିବା ଏଭଳି ନିଷ୍ପତ୍ତିକୁ ସମସ୍ତ ବିଚ୍ଛିନ୍ନାଞ୍ଚଳବାସୀଙ୍କୁ ମାନିବାକୁ ବାଧ୍ୟ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି ।
Related Posts
କୋଇଲା ବୋଝେଇ ଟ୍ରକ୍ରେ ଲାଗିଲା ନିଆଁ, ହୁତୁ ହୁତୁ ହୋଇ ଜଳିଗଲା
27 January 2021
ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
27 January 2021