ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ମାଓ ବ୍ୟାନର ଓ ପୋଷ୍ଟର
7/04/2019 at 1:00 PM

ଚିତ୍ରକୋଣ୍ଡା ୭|୪ : ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ମାଓ ବ୍ୟାନର ଓ ପୋଷ୍ଟର ଲାଗିଛି । ନୂତନ ଗଣତନ୍ତ୍ର ନାଁରେ ଲଗିଛି ପୋଷ୍ଟର । ସାଧାରଣ ନିର୍ବାଚନକୁ ବିରୋଧ କରି ଅନ୍ଧ୍ର, ଓଡ଼ିଶା ସୀମାରେ ଓଡ଼ିଆ ଓ ତେଲୁଗୁ ଭାଷାରେ ଲେଖାଥିବା ପୋଷ୍ଟର ଲଗାଯାଇଛି । ଦୀର୍ଘବର୍ଷ ପରେ ମଧ୍ୟ ବିଚ୍ଛିନ୍ନାଞ୍ଚଳରେ ବିକାଶ ପହଞ୍ଚି ନଥିବାରୁ ଭୋଟ୍ ବର୍ଜନ କରିବାକୁ କୁହାଯାଇଛି । ଶିକ୍ଷା, ଗମନା ଗମନ, ପାନୀୟ ଜଳ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ସମସ୍ୟା ଗୁଡିକ ଆଜି ବି ସମାଧାନ ହୋଇ ପାରିନି। ଅଙ୍ଗନଓ୍ବାଡ଼ି, ସ୍କୁଲ ଗୁଡିକ ବର୍ଷ ବର୍ଷ ସଂଖ୍ୟା ବନ୍ଦ ଥିବାର ଦେଖିବାକୁ ମିଳିଛି। କେବଳ ସରକାରୀ କାଗଜରେ ଚାଲିଛି ବିଚ୍ଛିନ୍ନାଞ୍ଚଳର ବିକାଶ । ଏପଟେ ଯେତେ ଦିନ ପର୍ଯ୍ୟନ୍ତ ସମସ୍ୟାର ସମାଧାନ ନ ହେବ ସେତେ ଦିନ ଯାଏଁ ଭୋଟ୍ ବର୍ଜନ କରିବେ ବୋଲି ବିଚ୍ଛିନ୍ନାଞ୍ଚଳବାସୀ ଚେତାବନୀ ଦେଇଛନ୍ତି ।