ଲାଗିଲା ମାଓ ବ୍ୟାନର, ଆସନ୍ତା ୧୮ରୁ ୨୪ ତାରିଖ ପର୍ଯ୍ୟନ୍ତ ବନ୍ଦକୁ ସଫଳ ପାଇଁ ଆହ୍ବାନ

Published By : Prameya-News7 Bureau | August 16, 2020 IST

ଜି.ଉଦୟଗିରି।ବାଲିଗୁଡା ୧୬।୮: କନ୍ଧମାଳ ଜିଲ୍ଲାରେ ଲାଗିଛି ମାଓ ବ୍ୟାନର । କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନାର କଞ୍ଜାମେଣ୍ଡି ନିକଟ ଦାରିଙ୍ଗିବାଡି ଛକରେ ମାଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି । ଆସନ୍ତା ୧୮ରୁ ୨୪ ତାରିଖ ପର୍ଯ୍ୟନ୍ତ ମାଓ ସଂଗଠନ ତରଫରୁ ଦିଆଯାଇଥିବା ବନ୍ଦ ଡାକରାକୁ ସଫଳ କରିବା ପାଇଁ ବ୍ୟାନରରେ ଆହ୍ବାନ ଦିଆଯାଇଛି । ଏହାସହ ବ୍ୟାନରରେ କମ୍ରେଡ଼ ରୂପେଶ, ଅରୁଣ, ମଣ୍ଟୁ, ମୁକେଶ, ଚାନ୍ଦିନୀଙ୍କୁ ଲାଲ ଜୁହାର ସହ ସିପିଆଇ ମାଓବାଦୀ ଜିନ୍ଦାବାଦ୍ ବୋଲି ଉଲ୍ଲେଖ ରହିଛି ।

{"id":315216,"sizeSlug":"large"}

ତେବେ ଏହି ମାଓ ବ୍ୟାନର ସିପିଆଇ ମାଓବାଦୀ କେକେବିଏନ ଡିଭିଜନ ତରଫରୁ ଲଗାଯାଇଥିବା ଜଣାପଡିଛି । ଏଥିରୁ ଜଣାପଡୁଛି ଯେ, ଏହି ଅଞ୍ଚଳରେ ମାଓ ସଂଗଠନ ସକ୍ରିୟ ରହିଛି । ମାଓବାଦୀମାନେ ଏହି ଅଞ୍ଚଳରେ ନିଜ କାର୍ଯ୍ୟକଳାପ ଜାରି ରଖିଛନ୍ତି । ବ୍ୟାନର ଲାଗିବା ପରେ କ.ନୂଆଗାଁ ପୋଲିସ ଘଟଣାର ତନାଘନା ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.