କନ୍ଧମାଳରେ ସ୍ଥିତି ଜାହିର କଲେ ମାଓବାଦୀ, ବିଭିନ୍ନ ସ୍ଥାନରେ ଲାଗିଲା ପୋଷ୍ଟର

Published By : Prameya-News7 Bureau | November 30, 2021 IST

ବାଲିଗୁଡା ୩୦୧୧: କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ବାଟାଗୁଡା ମିଡିଆପଙ୍ଗାରେ ମାଓବାଦୀଙ୍କ ପୋଷ୍ଟର ଦେଖିବାକୁ ମିଳିଛି । ବହୁ ଦିନର ନୀରବତା ପରେ ବାଲିଗୁଡା ଅଞ୍ଚଳରେ ପୋଷ୍ଟର ଦେଖିବା ପରେ ଭୟର ବାତାବରଣ ଦେଖିବାକୁ ମିଳିଛି । ମାଓବାଦୀ ପୁଣି ନିଜ ଉପସ୍ଥିତି ଜାହିର କରିଛନ୍ତି ।

{"id":551943,"width":753,"height":414,"sizeSlug":"full","linkDestination":"none"}

କନ୍ଧମାଳ-କଳାହାଣ୍ଡି ସୀମାନ୍ତ ଲୁବେନଗଡରେ ପୋଲିସ ଗୁଳିରେ ନିହତ ହୋଇଥିବା ଗରିଲା ଜନନେତ୍ରୀ କମ୍ରେଡ ନମିତାଙ୍କ ସ୍ମୁତି ଉଦ୍ଦେଶ୍ୟରେ କେକେବିଏନ ମାଓବାଦୀ ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ପୋଷ୍ଟର ଜାରି କରାଯାଇଛି । ପୋଷ୍ଟରରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର କରୋନା ମହାମାରୀ ନିୟନ୍ତ୍ରଣ କରିବା ରେ ସମ୍ପୂର୍ଣ୍ଣ ବିଫଳ ଥିବା ଉଲ୍ଲେଖ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.