ହାଇସ୍କୁଲ ସାମ୍ନାରୁ ମାଓ ପୋଷ୍ଟର ଠାବ

Published By : Prameya-News7 Bureau | August 11, 2020 IST

ନୂଆପଡା୧୧।୦୮: ଜାତୀୟ ରାଜପଥ ୩୫୩ କୁରେଶ୍ବର ହାଇସ୍କୁଲ ସାମ୍ନାରୁ ମାଓ ପୋଷ୍ଟର ଠାବ ହୋଇଛି । ରାସ୍ତା କଡରେ ମାଓ ବ୍ୟାନର ଲାଗି ଥିବାରେ ଦେଖିବାକୁ ମିଳିଛି । ଯାହାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ତେବେ ଲାଗିଥିବା ବ୍ୟାନରକୁ ଜବତ କରିଛି କୋମନା ପୋଲିସ ।

ତେବେ ଜବତ ବ୍ୟାନରେ ଲେଖାଅଛି ଯେ, ଜିଲ୍ଲାର ମାଲିଭଟା ଓ ପତୋରା ଦେଶୀ ମଦଭାଟିକୁ ବନ୍ଦ ଦାବି ରହିଛି । ପତୋରା ମଦଭାଟିରୁ ମଦ ନେଇ କଟିଙ୍ଗପାଣି, ଚୁଲାଭାଟ,ଲୋଡ୍ରା,ଭାବସିଲ ଅଞ୍ଚଳରେ ବିହାରୀ ମଦ କାରବାରକୁ ଚାଲିଛି । ଯାହାକୁ ବନ୍ଦ କରିବାକୁ ପୋଷ୍ଟରରେ ଉଲ୍ଲେଖ ରହିଛି ।  ଏକ ଲାଲ ରଙ୍ଗର ବ୍ୟାନରରେ ଧଳା ରଙ୍ଗରେ ଲେଖାଅଛି । ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ) SDK ଏରିଆ କମିଟି ପକ୍ଷରୁ ପୋଷ୍ଟରରେ ଲେଖାଯାଇଛି । ତେବେ ସଂପୃକ୍ତ ଅଞ୍ଚଳରେ ମାଓ ଗତିବିଧି କମ୍‌ ହୋଇ ନଥିବା ସତ୍ତ୍ୱେ ପୋଷ୍ଟର କିପରି ମରାଯାଇଛି । ଯାହାର ତଦନ୍ତ ଜାରି ରହିଛି ବୋଲି ନୂଆପଡା ଏସ୍‌ପି ରାହୁଲ ଜୈନ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.